
ଭୁବନେଶ୍ୱର ,୧୨ ନଭେମ୍ବର (ହି.ସ.) - ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି) ଆକଳନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼, ଗୁଣାତ୍ମକ ଓ ନିର୍ଭରଯୋଗ୍ୟ କରିବା ଲକ୍ଷ୍ୟରେ ଗୁରୁବାର ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରରେ ଏକ ରାଜ୍ୟସ୍ତରୀୟ ପରାମର୍ଶମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଜିଏସଡିପି ଆକଳନରେ ବିଭିନ୍ନ ବିଭାଗର ସକ୍ରିୟ ସହଭାଗିତା ଓ ଉତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି।
ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (ଏମ୍ଓଏସ୍ପିଆଇ) ଅଧୀନ ଜାତୀୟ ଆକାଉଂଟସ୍ ବିଭାଗ (ଏନ୍ଏଡି)ର ସହଯୋଗରେ ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଏହି କର୍ମଶାଳାର ଆୟୋଜନ କରିଥିଲା। ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଯୋଗ ଦେଇଥିଲେ।
କର୍ମଶାଳାରେ ଜାତୀୟ ଆକାଉଂଟସ୍ ବିଭାଗ ପକ୍ଷରୁ ଜିଏସଡିପି ଆକଳନର ପଦ୍ଧତିଗତ ଢାଂଚା ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ଏହାପରେ ବିଭିନ୍ନ କ୍ଷେତ୍ରଭିତିକ ଆଲୋଚନା ମାଧ୍ୟମରେ ତଥ୍ୟଗତ ଅଭାବ ଚିହ୍ନଟ କରିବା ସହ ରାଜ୍ୟ ନିର୍ଦ୍ଦିଷ୍ଟ ହାର ଓ ଅନୁପାତ ପ୍ରସ୍ତୁତି ପାଇଁ ଆବଶ୍ୟକ ତଥ୍ୟ ଏବଂ ତଥ୍ୟ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।
ଫସଲ ଉତ୍ପାଦନ, ପ୍ରାଣୀପାଳନ, ମତ୍ସ୍ୟଚାଷ ଓ ଜଳକୃଷି, ବନୀକରଣ ଓ କାଠ ଉତୋଳନ ଏବଂ ଅଣ-ଆର୍ôଥକ ସେବା କ୍ଷେତ୍ରର ଅବଦାନ ଆକଳନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଅସଂଗଠିତ ସେବା କ୍ଷେତ୍ରର ଅର୍ଥନୈତିକ ଅବଦାନକୁ ସଠିକ୍ ଭାବେ ଆକଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ନୂତନ ଆଧାର ବର୍ଷ ପ୍ରଚଳନ ସହ ଜଡ଼ିତ ପଦ୍ଧତିଗତ ପରିବର୍ତନକୁ ଦୃଷ୍ଟିରେ ରଖି ଜିଏସଡିପି ଆକଳନ ପ୍ରଣାଳୀକୁ ଅନୁକୂଳ ଓ ଅଧିକ ସୁଦୃଢ଼ କରିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ। ସମସ୍ତ ସମ୍ପୃକ୍ତ ବିଭାଗର ସକ୍ରିୟ ସହଭାଗିତା ଓ ନିୟମିତ ସମନ୍ୱୟ ଦ୍ୱାରା ରାଜ୍ୟର ଅର୍ଥନୈତିକ କାର୍ଯ୍ୟକଳାପର ବ୍ୟାପକ ଚିତ୍ର ଆକଳନରେ ପ୍ରତିଫଳିତ ହୋଇପାରିବ। ଏହାଦ୍ୱାରା ଜିଏସଡିପି ଆକଳନର ଗୁଣବତା, ସଠିକତା ଓ ନିର୍ଭରଯୋଗ୍ୟତା ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ।
ଏହି ଅବସରରେ ଜାତୀୟ ଆକାଉଂଟସ୍ ବିଭାଗର ନିର୍ଦ୍ଦେଶିକା ମୋନାମୀ ମିତ୍ର ଜିଏସଡିପି ଆକଳନର ବିଭିନ୍ନ ପଦ୍ଧତିଗତ ଦିଗ ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଉଠାଇଥିବା ପ୍ରଶ୍ନ ଓ ସନ୍ଦେହର ମଧ୍ୟ ସେ ଉତର ରଖିଥିଲେ।
କର୍ମଶାଳାରେ ଜିଏସଡିପି ଆକଳନ ପ୍ରକ୍ରିୟାକୁ ଅଧିକ ସୁସଂଗଠିତ କରିବା ପାଇଁ କେତେକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଏଥିରେ ସମ୍ପୃକ୍ତ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ପ୍ରତିନିଧିତ୍ୱ ସହ ବିଭାଗୱାରୀ କମିଟି ଗଠନ କରିବା ପ୍ରସ୍ତାବ ରହିଥିଲା। ଏହି କମିଟିଗୁଡ଼ିକ ତଥ୍ୟର ଆବଶ୍ୟକତା ସମୀକ୍ଷା କରିବା, କ୍ଷେତ୍ରଭିତିକ ତଥ୍ୟର ଅଭାବ ଚିହ୍ନଟ କରିବା ଏବଂ ଆବଶ୍ୟକ ସୂଚନା ନିର୍ଦ୍ଧାରିତ ସମୟରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିବେ।
ଏଥିସହ ଜିଏସଡିପି ସମ୍ପର୍କିତ ତଥ୍ୟ ସଂଗ୍ରହର ବର୍ତମାନର ବ୍ୟବସ୍ଥା, ତଥ୍ୟର ପରିସର ଓ ରିପୋର୍ଟ ପ୍ରଦାନ ପ୍ରଣାଳୀର ସମୀକ୍ଷା କରି ଆବଶ୍ୟକ ସଂସ୍କାର ଆଣିବା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା। ରାଜ୍ୟର ବିଭିନ୍ନ ଆର୍ôଥକ କାର୍ଯ୍ୟକଳାପକୁ ଅଧିକ ବ୍ୟାପକ ଭାବେ ଅନ୍ତର୍ଭୁକ୍ତ କରିବା, ଅତିରିକ୍ତ ତଥ୍ୟ ଉପାଦାନ ଓ ନୂତନ ତଥ୍ୟ ଉତ୍ସର ସମ୍ଭାବନା ଅନୁଧ୍ୟାନ କରିବା ସହ ତଥ୍ୟର ଗୁଣବତା ଓ ସମନ୍ୱୟ ବୃଦ୍ଧି ଉପରେ ଜୋର୍ ଦିଆଯାଇଥିଲା।
ସମ୍ପୃକ୍ତ ବିଭାଗ ଓ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ମଧ୍ୟରେ ନିୟମିତ ତଥ୍ୟ ଆଦାନପ୍ରଦାନ ଓ ନିରନ୍ତର ଯୋଗାଯୋଗ ପାଇଁ ଏକ ସୁସଂଗଠିତ ବ୍ୟବସ୍ଥା ପ୍ରତିଷ୍ଠା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାଦ୍ୱାରା ତଥ୍ୟଗତ ଅଭାବ ଦୂର ହେବା ସହ ପ୍ରଶାସନିକ ତଥ୍ୟର ସମନ୍ୱୟ ଏବଂ କ୍ଷେତ୍ରଭତିକ ହାର ଓ ଅନୁପାତର ଆକଳନ ପ୍ରକ୍ରିୟାରେ ଉନ୍ନତି ଆସିପାରିବ ବୋଲି ଆଶା ପ୍ରକାଶ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା