ବ୍ରହ୍ମବରଦାରେ ମହା ଆଡ଼ମ୍ବରରେ ପାଳିତହେଲା ଗିରିଗୋବର୍ଦ୍ଧନ ପୂଜା : ମଣ୍ଡପ ବୁଲିଲେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର
ଧର୍ମଶାଳା,୧୨ନଭେମ୍ବର(ହି.ସ.) : ଗିରି ଗୋବର୍ଦ୍ଧନ ପୂଜା ପାଇଁ ଯାଜପୁର ଜିଲା ରସଲପୁର ବ୍ଳକ ଅର୍ନ୍ତଗତ ବ୍ରହ୍ମବରଦା ଅଂଚଳ ଉତ୍ସବ ମୁଖର ହୋଇଉଠିଛି । ଛେନାଖିଆ ପାଟଣା ପୂଜା କମିଟି ପକ୍ଷରୁ ମହାସମାରୋହରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ ହୋଇଛି । ଏହି ପର୍ବ ନଅ ଶହଘର ତନ୍ତିକୂଳ ଗୋତ୍ରୀ (ବୁଣାକାର) ପରି
ବ୍ରହ୍ମବରଦାରେ  ମହା ଆଡ଼ମ୍ବରରେ ପାଳିତହେଲା ଗିରିଗୋବର୍ଦ୍ଧନ ପୂଜା : ମଣ୍ଡପ ବୁଲିଲେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର


ଧର୍ମଶାଳା,୧୨ନଭେମ୍ବର(ହି.ସ.) : ଗିରି ଗୋବର୍ଦ୍ଧନ ପୂଜା ପାଇଁ ଯାଜପୁର ଜିଲା ରସଲପୁର ବ୍ଳକ ଅର୍ନ୍ତଗତ ବ୍ରହ୍ମବରଦା ଅଂଚଳ ଉତ୍ସବ ମୁଖର ହୋଇଉଠିଛି । ଛେନାଖିଆ ପାଟଣା ପୂଜା କମିଟି ପକ୍ଷରୁ ମହାସମାରୋହରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ ହୋଇଛି । ଏହି ପର୍ବ ନଅ ଶହଘର ତନ୍ତିକୂଳ ଗୋତ୍ରୀ (ବୁଣାକାର) ପରିବାର ପକ୍ଷରୁ ପାଳନ କରାଯାଇଥାଏ । ମଙ୍ଗଳବାର ସକାଳୁ ପବିତ୍ର ବ୍ରହ୍ମଣୀ ନଦୀରୁ କଳସ ଶୋଭାଯାତ୍ରାରେ ଆଣି ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପୂଜାକାର୍ଯ୍ୟରେ ମୁଖ୍ୟ କର୍ତା ଭାବେ ବିଚିତ୍ର ବେହେରା ଓ ଉପ କର୍ତା ଭାବେ ଗୋପିନାଥ ବେହେରା କାର୍ଯ୍ୟ ସଂପାଦନ କରିଥିବା ବେଳେ ମଙ୍ଗଳବାର କଳସ ଯାତ୍ରା, ବିଗ୍ରହ ପ୍ରତିଷ୍ଠା ଓ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ବୁଧବାର ସୂର୍ଯ୍ୟପୂଜା, ଗୋପୂଜା, ଉପଚାର ପୂଜା ଅନୁଷ୍ଟିତ ହୋଇଥିବା ବେଳେ ଶୁକ୍ରବାର ସୂର୍ଯ୍ୟପୂଜା, ଗୋପୂଜା ଓ ବଡ଼ ହୋମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିବସମାନଙ୍କରେ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହା ଆଡମ୍ବରରେ ଭସାଷୀ ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ଅରୁଣ କୁମାର ବେହେରା ସୂଚନା ଦେଇଛନ୍ତି ପୂଜାମଣ୍ଡପ ଆକର୍ଷଣୀୟ ତୋରଣ ସୁସଜ୍ଜିତ ଆଲୋକ ମାଳାରେ ସହ ବାଳୁକା କଳା, ସେଲ୍ଫି ପଂଏଟ, ଆମ ଗାଁ ଆମ ସଂସ୍କୃତି ଓ ମୋ କୌଳିକବୃତି ମୋ ପରିଚୟ ଭଳି ଚିତ୍ରପଟ ମାଧ୍ୟମରେ ସଂସ୍କୃତିକୁ ଉପସ୍ଥାପନ କରାଯାଇଥିବା ସଂପାଦକ ସନାତନ ମଣ୍ଡଳ ସୂଚନା ଦେଇଛନ୍ତି । ଯାହା ଫଳରେ ଧିରେ ଧିରେ ଲୋପ ପାଇଯାଉଥିବା କୌଳିକ ବୃତି ଆଗାମୀ ଭବିଷ୍ୟତଙ୍କ ନିକଟରେ ଏହି ଚିତ୍ରପଟମାନଙ୍କରେ ଉପସ୍ଥାପନ କରାଯାଇଛି । ପୂଜା କମିଟିର କୋଷାଧକ୍ଷ ନବଘନ ବେହେରା, ଉପ ସଭାପତି ଯଯାତିକେଶରୀ ବେହେରା, ବିଦୋନ ବେହେରା, ଚିତ ରଞ୍ଜନ ବେହେରା, ମହେଶ୍ୱର ଗିରି, ଗିରିଧାରୀ ବେହେରା, ବାଇଧର ବେହେରା, ଦଇତାରୀ ଗିରି, ଅଜୟ ମଣ୍ଡଳ, ସନାତନ ବେହେରା, ପ୍ରାଣକୃଷ୍ଣ ମଣ୍ଡଳ, ରବିନ୍ଦ୍ର ମଣ୍ଡଳ, ସୁଶାନ୍ତ ବେହେରା, ସୁମନ୍ତ ବେହେରା ଓ ମାଧବ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମ କର୍ତାମାନେ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ପୂଜା ଅବସରରେ ବୁଧବାର ସନ୍ଧ୍ୟାରେ ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ପୂଜା ମଣ୍ଡପରେ ଯୋଗଦାନ କରି ଶ୍ରୀ ଶ୍ରୀ ଗିିରି ଗୋବର୍ଦ୍ଧନ ପ୍ରଭୁଙ୍କ ଦର୍ଶନକରି ସାନିଧ୍ୟ ଲାଭକରି ଥିଲେ । ଲୋପ ପାଉଥିବା ବୃତିକୁ ପଟଚିତ୍ର ମାଧ୍ୟମରେ ଦେଖି ଖୁସି ଅନୁଭବ କରିବା ସହିତ ଚିତ୍ରପଟକୁ ଉଚ୍ଚ ପ୍ରଶଂସା କରିଥିଲେ । ପୂଜା କମିଟିର ସମସ୍ତ କର୍ମ କର୍ତା ଶ୍ରୀ ମହାପାତ୍ରଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ ପାଚ୍ଛେଟି ଆଣି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande