
ଧର୍ମଶାଳା,୧୨ନଭେମ୍ବର(ହି.ସ.) : ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତସ୍ଥ ସାହାପଡାଠାରେ ତିନି ଦିନ ଧରି ଚାଲି ଥିବା ଶ୍ୟାମା କାଳିପୂଜା ମହାସମାରୋହରେ ପାଳିତ ହୋଇ ଯାଇଛି । ପ୍ରଥମ ଦିବସରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ସ୍ଥାନୀୟ ବ୍ରାହ୍ମଣୀ ନଦୀରୁ କଳସ ପୂଜା କରି ପୂଜା ମଣ୍ଡପରେ ସ୍ଥାପନ ପରେ ନିତିକାନ୍ତି ଅନୁଯାୟୀ ମା କାଳିଙ୍କ ପୂଜାର୍ଚ୍ଚନା କରାଯାଇ ଥିଲା । ବିଭିନ୍ନ ଦିବସମାନଙ୍କରେ ପ୍ରାତଃ କାଳରୁ ବିଦ୍ୱାନ ପଣ୍ଡିତ ଦୟାନିଧି ପାଢୀଙ୍କ ତତ୍ୱବଧାନରେ ପୂଜା କର୍ମ ଚାଲିଥିଲା । ପୂଜା ମଣ୍ଡପରେ ସୁନ୍ଦର ସାଜସଜ୍ଜା ଉତ୍ସବ ମୁଖରିତ ହୋଇଥିଲା । ବିଶେଷ କରି ସନ୍ଧ୍ୟାରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରତି ଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ମା’ଙ୍କ ମେଳାଣି ପାଇଁ ସ୍ୱତନ୍ତ୍ରଭାବେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିସର୍ଜନ କରାଯିବ । ପ୍ରମୋଦ କୁମାର ସାହୁ, ସୁରେଶ କୁମାର ସାହୁ, ବିଜୟ ସ୍ୱାଇଁ, ଭରତ ସ୍ୱାଇଁ, ସତ୍ୟ ସୁନ୍ଦର ସାହୁ,ଗୋପାଳ ଦଳେଇ,ଅରକ୍ଷିତ ବେହେରା ଓ ରବିନ୍ଦ୍ର ବାରିକ ପ୍ରମୁଖ ପୂଜା କର୍ମରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ