
ଜୟପୁର, ୧୨ ନଭେମ୍ବର(ହି.ସ.) – ପରବ ୨୦୨୬ ପାଳନ ଉପଲକ୍ଷେ ଆଜି ଜୟପୁର ବ୍ଲକ ର ବୈଠକ ଗୃହ ଠାରେ ପରବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି କ୍ଷ ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟପୁର ତାରାପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ କ୍ଷ ବୈଠକ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତିଳତମା ମୁଦୁଲି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶକ୍ତି ମହାପାତ୍ର, ଜ଼ିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଆସ୍ତା ନାୟକ, ସହକାରୀ ଯନ୍ତ୍ରୀ ରାକେଶ ସାହୁ ଉପସ୍ଥିତ ଥିଲେ କ୍ଷ ବ୍ଲକ ସ୍ତରୀୟ ପରବ ଆସନ୍ତା ତା ୦୪/୧୨/୨୦୨୬ ରିଖ ଦିନ ଅନୁଷ୍ଠିତ କରିବା ନିମନ୍ତେ ସ୍ଥିର କରାଗଲା। ମା ଜଗତ ଜନନୀ ମନ୍ଦିର ଠାରେ ଶୁଭାରାମ୍ବ କରିବା ନେଇ ନିଷ୍ପତି ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି