ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ
ରାଜ୍ୟର ପ୍ରମୁଖ ସଫଳତା ଓ ବିକାଶମୂଳକ ପଦକ୍ଷେପର ଅଗ୍ରଗତି ସଂପର୍କିତ ଆଲୋଚନା -ବାତ୍ୟା ଅର୍ଣ୍ଣବ ପରବର୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ରାଜ୍ୟ ମୁଖ୍ୟ ଶାସନ ସଚିବଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠ
hjh


- ରାଜ୍ୟର ପ୍ରମୁଖ ସଫଳତା ଓ ବିକାଶମୂଳକ ପଦକ୍ଷେପର ଅଗ୍ରଗତି ସଂପର୍କିତ ଆଲୋଚନା

-ବାତ୍ୟା ଅର୍ଣ୍ଣବ ପରବର୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ରାଜ୍ୟ ମୁଖ୍ୟ ଶାସନ ସଚିବଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗୁରୁବାର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ତଥା କମିଶନର ତଥା ଶାସନ ସଚିବମାନେ ବୈଠକରେଯୋଗଦେଇଥିଲେ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ସମୀକ୍ଷା କରାଯାଇଛି ।ଏଥିରେ୨୦୨୬-୨୭ ବଜେଟ୍ ଅନୁମୋଦନ ଅନୁସାରେ ଖର୍ଚ୍ଚ ସମୀକ୍ଷା କରାଯିବା ସହ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍ ଏବଂ ଆଗାମୀ ୨୦୨୭-୨୮ ବାର୍ଷିକ ବଜେଟ୍ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରାରମ୍ଭରେ ଗତ ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ମାସ ଆଜି ସୁଦ୍ଧା ରାଜ୍ୟର ପ୍ରମୁଖ ସଫଳତା ଓ ବିକାଶମୂଳକ ପଦକ୍ଷେପ ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ବାତ୍ୟା “ଅର୍ଣ୍ଣବ” ଏବଂ ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସଂଘଠିତ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ତ୍ୱରାନ୍ୱିତ କରିବାରେ ସମ୍ପୃକ୍ତ ସମସ୍ତ ବିଭାଗମାନଙ୍କୁ ମୁଖ୍ୟ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

୩୧ ଅକ୍ଟୋବର ସୁଦ୍ଧା ରାଜ୍ୟର ବିତୀୟ ପ୍ରଦର୍ଶନ ଉପସ୍ଥାପନ କରାଯାଇଥିଲା। ଅଦ୍ୟବଧି ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା ଖର୍ଚ୍ଚଓ ରାଜସ୍ୱ ଆଦାୟ ସଂପର୍କରେ ଆଲୋଚନା କରାଯାଇଥିଲା।ଗତ ବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଏହି ମାସ ସୁଦ୍ଧାବଜେଟ୍ ଅନୁମୋଦନ ଅନୁସାରେ ସାମଗ୍ରିକ ଭାବେ ଖର୍ଚ୍ଚ୯.୯ପ୍ରତିଶତ ବୃଦ୍ଧି ପାଇଛି।କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ଗତ ଅକ୍ଟୋବର ତୁଳନାରେ ଉଲ୍ଲେଖନୀୟ ଭାବେ ୧୧ପ୍ରତିଶତବୃଦ୍ଧିପାଇଛି।ପୁଞ୍ଜିବ୍ୟୟ ଗତବର୍ଷ ଏହି ସମୟ ତୁଳନାରେ ଚଳିତ ବର୍ଷ୨୭.୨ % କୁବୃଦ୍ଧି ଘଟିଛି।ଭିତିଭୂମି କ୍ଷେତ୍ରରେ୧୩.୫ % ବୃଦ୍ଧିହୋଇଛି। ବୈଠକରେ ବିଭିନ୍ନ ଉତ୍ସରୁ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗୱାରୀ ଖର୍ଚ୍ଚ ସମୀକ୍ଷା କରାଯାଇଥିଲା।ମୁଖ୍ୟ ଶାସନ ସଚିବ ବଜେଟ୍ ଅନୁମୋଦନ ହିସାବରେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି ହାର ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୦୨୭-୨୮ ବାର୍ଷିକ ବଜେଟ୍ ଅଗ୍ରାଧିକାର କ୍ଷେତ୍ର ସହବିକଶିତ ଓଡ଼ିଶା ୨୦୩୬ ବିକଶିତ ଭାରତ ୨୦୪୭ ଦୀର୍ଘକାଳୀନ ଲକ୍ଷ୍ୟ ସହିତ ସଂଯୋଜିତ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସାମାଜିକ କ୍ଷେତ୍ର ଅନ୍ତର୍ଗତ ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, ପଂଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଜନଜାତି ବିକାଶ, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ କାର୍ଯ୍ୟ ଏବଂ ଖର୍ଚ୍ଚ ବୃଦ୍ଧି ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ।

ବୈଠକରେ ଇଜ ଅଫ ଡୁଇଂ ବିଜନେସ ଅନ୍ତର୍ଗତ ବ୍ୟବସାୟିକ ସଂସ୍କାର ଆକ୍ସନ ପ୍ଲାନ ଏବଂ ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ବିଭିନ୍ନ ଅନ ଲାଇନ ସେବା ପ୍ରଦାନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଛି କ୍ଷ ଓଡ଼ିଶା ଲୋକ ସେବା ଅଧିକାର ଅଧିନିୟମ ୨୦୧୨ ଅଧିନରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ କରାଯାଇ ସ୍ୱୟଂ କ୍ରିୟ ଅପିଲ ବ୍ୟବସ୍ଥା, କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥା( ସିଏମଏସ) ଏବଂ ଆମସାଥୀ ହ୍ୱାଟ୍ସଆପ୍ ଚାଟବୋଟ୍ ର କାର୍ଯ୍ୟକାରିତା ନେଇ ସମୀକ୍ଷା ଓ ଆଲୋଚନା କରାଯାଇଥିଲା । ବର୍ତମାନ ୩୨ ଟି ବିଭାଗର ୪୫୧ଟି ବିଜ୍ଞପିତ ସେବା ମଧ୍ୟରୁ ୩୭୧ ଟିର ଅନଲାଇନ୍ ସେବା ଉପଲବ୍ଧ ହେଉଛି ଓ ୮୦ ଟିର ଅଫ୍ ଲାଇନ୍ ସେବା ମିଳୁଛି । ୨୪୧ ଟି ସେବା ଅଟୋ ଅପିଲ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ବେଳେ ୨୬୫ ଟିର ସେବା କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥାରେ ଉପଲବ୍ଧ ଏବଂ ୨୦୮ ଟିର ଆମସାଥୀ ହ୍ୱାଟ୍ସ ଆପ୍ ଚାଟ୍ ବୋଟ୍ ସେବା ସହ ସମନ୍ୱିତ କରାଯାଇଛି । ଅଫ୍ ଲାଇନ୍ ସେବାଗୁଡ଼ିକୁ ଅନଲାଇନ୍ ମୋଡରେ ପ୍ରଦାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ସମନ୍ୱିତ ପ୍ରଶାସନ, ସ୍ୱଚ୍ଛତା ଓ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଭାଗୀୟ ସଚିବମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ମତ ରଖିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande