
ନୂଆଦିଲ୍ଲୀ, ୧୫ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ନେତା ରବିବାର ମହାପର୍ବ ଛଠ୍ ପୂଜାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ଲେଖିଛନ୍ତି, “ଲୋକଆସ୍ଥାର ମହାପର୍ବ ଛଠ୍ ପୂଜାର ପବିତ୍ର ଅବସରରେ ମୁଁ ଭାରତ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।”
ଉପରାଷ୍ଟ୍ରପତି ରାଧାକୃଷ୍ଣନ ଲେଖିଛନ୍ତି ଯେ ଲୋକଙ୍କ ଆସ୍ଥା, ଭକ୍ତି, ଆତ୍ମ-ଅନୁଶାସନ ଏବଂ ପ୍ରକୃତି ପ୍ରତି କୃତଜ୍ଞତାର ପ୍ରତୀକ ଏହି ମହାପର୍ବ ସେବା, ସମର୍ପଣ ଓ ସାମାଜିକ ସଦ୍ଭାବର ମୂଲ୍ୟବୋଧ ଶିଖାଇଥାଏ। ଛଠୀ ମାଆଙ୍କ ଉପାସନାର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣିଦେଉ ବୋଲି ସେ କାମନା କରିଛନ୍ତି।
ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ଏହି ପର୍ବ ଆସ୍ଥା, ତପସ୍ୟା, ଅନୁଶାସନ ଓ ପ୍ରକୃତି ପ୍ରତି କୃତଜ୍ଞତାର ଏକ ଅଦ୍ଭୁତ ସମନ୍ୱୟ। ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାର ଏହି ପରମ୍ପରା ପ୍ରକୃତି ପ୍ରତି ସମ୍ମାନ, ଜୀବନ ପ୍ରତି କୃତଜ୍ଞତା ଏବଂ ଭାରତୀୟ ସଂସ୍କୃତି ପ୍ରତି ଗଭୀର ଆସ୍ଥାକୁ ପ୍ରତିଫଳିତ କରେ। ଏହି ମହାନ ପର୍ବ ସମସ୍ତଙ୍କୁ ଆତ୍ମସଂଯମ, ପବିତ୍ରତା, ସାମୂହିକ ଅଂଶଗ୍ରହଣ ଏବଂ ପାରିବାରିକ ମୂଲ୍ୟବୋଧର ମହତ୍ତ୍ୱ ସ୍ମରଣ କରାଇଥାଏ। କଠୋର ଉପବାସ ଓ ଅତୁଟ ଆସ୍ଥାର ସହ ଏହି ଅନୁଷ୍ଠାନ ପାଳନ କରୁଥିବା ସମସ୍ତ ଛଠ୍ ବ୍ରତଧାରୀଙ୍କ ନିଷ୍ଠାକୁ ସେ ସାଦର ପ୍ରଣାମ ଜଣାଇଛନ୍ତି।
ରାଜନାଥ ସିଂହ କହିଛନ୍ତି ଯେ ଆଜି ଆସ୍ଥା, ଭକ୍ତି ଓ ଶ୍ରଦ୍ଧାର ମହାପର୍ବ ‘ଛଠ୍’ର ତୃତୀୟ ଦିନ। ଆଜି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରାଯିବା ସହ ପୂଜାର୍ଚ୍ଚନା କରାଯିବ। ଭଗବାନ ସୂର୍ଯ୍ୟ ଓ ଛଠୀ ମାଆଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ସହ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ ବୋଲି ସେ କାମନା କରିଛନ୍ତି।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଭଗବାନ ସୂର୍ଯ୍ୟ ଓ ଛଠୀ ମାଆଙ୍କ ଆଶୀର୍ବାଦ ପ୍ରତ୍ୟେକ ଘର ଓ ଅଗଣାକୁ ଧନଧାନ୍ୟରେ ପରିପୂର୍ଣ୍ଣ କରୁ। ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, କଲ୍ୟାଣ ଓ ଆନନ୍ଦର ବାସ ହେଉ। ସମସ୍ତେ ଉନ୍ନତି କରନ୍ତୁ, ସମସ୍ତଙ୍କ ଉପରେ ଈଶ୍ୱରଙ୍କ କୃପା ରହୁ ଏବଂ ସମସ୍ତଙ୍କ ମନୋକାମନା ପୂରଣ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।
କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଆସ୍ଥାର ଏହି ମହାପର୍ବ ଅବସରରେ ଭଗବାନ ସୂର୍ଯ୍ୟ ଓ ଛଠୀ ମାଆଙ୍କ ନିକଟରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ବଜାୟ ରହୁ ବୋଲି ସେ ପ୍ରାର୍ଥନା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା