
- ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସାହସ, ସଂଘର୍ଷ ଓ ବଳିଦାନକୁ କଲେ ସ୍ମରଣ
ରାଞ୍ଚି, ୧୫ ନଭେମ୍ବର (ହି.ସ.)। ଝାଡ଼ଖଣ୍ଡ ପ୍ରତିଷ୍ଠା ଦିବସ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ (ଜନଜାତିୟ ଗୌରବ ଦିବସ) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ସହ ତାଙ୍କର ଅଦମ୍ୟ ସାହସ, ସଂଘର୍ଷ ଓ ଦେଶ ପ୍ରତି ଥିବା ବଳିଦାନକୁ ସ୍ମରଣ କରିଛନ୍ତି।
ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ, ସଂଘର୍ଷ ଓ ଦେଶ ପାଇଁ ଦେଇଥିବା ବଳିଦାନ ପ୍ରତ୍ୟେକ ପିଢ଼ିକୁ ସ୍ୱାଭିମାନ, ସ୍ୱାଧୀନତା ତଥା ନିଜ ଅଧିକାରର ସୁରକ୍ଷା ପାଇଁ ସର୍ବଦା ପ୍ରେରଣା ଯୋଗାଇ ଚାଲିବ।
ସେ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡାଙ୍କଠାରୁ ପ୍ରେରଣା ନେଇ କେନ୍ଦ୍ର ସରକାର ଦେଶର ସମସ୍ତ ଜନଜାତି ଭାଇଭଉଣୀଙ୍କ ସମ୍ମାନ ରକ୍ଷା, ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ ଏବଂ ସେମାନଙ୍କ ସମୃଦ୍ଧି ସୁନିଶ୍ଚିତ କରିବା ଦିଗରେ ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରୁଛି। ଏହି ଦିଗରେ ସମସ୍ତ ସମ୍ଭାବ୍ୟ ବିକାଶମୂଳକ ପ୍ରୟାସ କରାଯାଉଛି, ଯାହାଦ୍ୱାରା ଜନଜାତି ସମାଜ ଆହୁରି ସଶକ୍ତ ହୋଇପାରିବ।
ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ସମସ୍ତେ ଏକଜୁଟ ହୋଇ ରାଷ୍ଟ୍ର ନିର୍ମାଣରେ ଜନଜାତି ସମାଜର ଅମୂଲ୍ୟ ଅବଦାନକୁ ସ୍ମରଣ କରିବା ସହ ତାହା ପ୍ରତି ସମ୍ମାନ ଜଣାଇବା ଉଚିତ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା