ମଧ୍ୟପ୍ରାଚ୍ୟରେ ଆମେରିକୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଆଶଙ୍କା
ରିୟାଦ, ୧୪ ନଭେମ୍ବର (ହି.ସ.)। ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ଆମେରିକୀୟ ଦୂତାବାସ ମଧ୍ୟପ୍ରାଚ୍ୟରେ ରହୁଥିବା ଆମେରିକୀୟ ନାଗରିକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଅଞ୍ଚଳରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ପକ୍ଷରୁ ସଶସ୍ତ୍ର ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବା ସହ ଆ
ମଧ୍ୟପ୍ରାଚ୍ୟରେ ଆମେରିକୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଆଶଙ୍କା


ରିୟାଦ, ୧୪ ନଭେମ୍ବର (ହି.ସ.)। ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ଆମେରିକୀୟ ଦୂତାବାସ ମଧ୍ୟପ୍ରାଚ୍ୟରେ ରହୁଥିବା ଆମେରିକୀୟ ନାଗରିକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଅଞ୍ଚଳରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ପକ୍ଷରୁ ସଶସ୍ତ୍ର ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବା ସହ ଆମେରିକୀୟ ସରକାରୀ ଅଧିକାରୀମାନଙ୍କୁ ଟାର୍ଗେଟ କରିବା ପାଇଁ ଇରାନର ଉଦ୍ୟମକୁ ନେଇ ଦୂତାବାସ ସତର୍କ କରାଇଛି।

ଦୂତାବାସ ଚେତାବନୀ ଦେଇ କହିଛି ଯେ, ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ପୂର୍ବରୁ ମଧ୍ୟ ସାଧାରଣ ନାଗରିକଙ୍କ ମୃତାହତ ହେବାର ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନର ଶତ୍ରୁତା ଦ୍ରୁତଗତିରେ ବୃଦ୍ଧି ପାଇପାରେ ଏବଂ ଏହାର ପ୍ରଭାବ ସମ୍ପୃକ୍ତ ଅଞ୍ଚଳର ସୀମା ବାହାରକୁ ମଧ୍ୟ ବ୍ୟାପିପାରେ ବୋଲି ଦୂତାବାସ କହିଛି। ଆମେରିକୀୟ ମିଶନ ନାଗରିକମାନଙ୍କୁ ସୁରକ୍ଷା ସମ୍ପର୍କିତ ପରିସ୍ଥିତି ଉପରେ ନଜର ରଖିବା ସହ ସର୍ବଦା ସତର୍କ ରହିବାକୁ ଅନୁରୋଧ କରିଛି।

---------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande