ବାତ୍ୟା ଅର୍ଣ୍ଣବ ପ୍ରଭାବିତ ଅଂଚଳରେ ସ୍କାଉଟସ୍ ଏବଂ ଗାଇଡସ୍ର ରିଲିଫ କାର୍ଯ୍ୟ ଜାରି
ଖୋର୍ଦ୍ଧା, ୦୨ ନଭେମ୍ବର(ହି.ସ.) – ଅକ୍ଟୋବର ୨୬ ତାରିଖ ଦିନ ପ୍ରଳୟଙ୍କାରୀ ଘୁର୍ଣିବାତ୍ୟା ଅର୍ଣ୍ଣବର ପ୍ରଭାବ ଏବଂ ବନ୍ୟାରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଜିଲ୍ଲାମାନଙ୍କରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍ ସଂସ୍ଥାର
ବାତ୍ୟା


ଖୋର୍ଦ୍ଧା, ୦୨ ନଭେମ୍ବର(ହି.ସ.) – ଅକ୍ଟୋବର ୨୬ ତାରିଖ ଦିନ ପ୍ରଳୟଙ୍କାରୀ ଘୁର୍ଣିବାତ୍ୟା ଅର୍ଣ୍ଣବର ପ୍ରଭାବ ଏବଂ ବନ୍ୟାରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଜିଲ୍ଲାମାନଙ୍କରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍ ସଂସ୍ଥାର ଶତାଧୂକ ରୋଭର ଓ ରେଞ୍ଜର ବିଭିନ୍ନ ଜିଲ୍ଲାରେ ସେମାନଙ୍କର ସେବା କାର୍ଯ୍ୟ ଜାରି ରଖିଛନ୍ତି। ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାରେ ରୋଭର ଓ ରେଞ୍ଜରମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଅନ୍ଧାର ଅନାହାରରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ପରଷି ଥିଲେ ।ସହିପରି ଗଞ୍ଜାମ ଜିଲ୍ଲାର ଅର୍ଣ୍ଣବ ପ୍ରଭାବରେ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମରେ ରାଜ୍ୟ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ସ୍କାଉଟ, ଗାଇଡ୍, ରୋଭର ଓ ରେଞରମାନେ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ଚୁଡା, ଗୁଡ, ଅମୁଲ, ବିସ୍କୁଟ, ମହମବତୀ ଏବଂ ଦିଆସିଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କୁ ବଂଟନ କରିଥିଲେ। ଏପରିକି ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧ କରୁଥିବା ଭଙ୍ଗା ଗଛ ଡାଳ, ବିଦ୍ୟୁତ ଖୁଂଟ ଆଦିକୁ ଉଠାଇ ରାସ୍ତା ପରିସ୍କାର କରିବା କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା ପ୍ରଦାନ କରିଥିଲେ। ଭୁବନେଶ୍ୱରରୁ ବାହାରିଥିବା ଦଳକୁ ତ୍ରିଲୋଚନ ମାଝି, ଆଇଏଏସ ଓଏସ୍ଡି, ମୁଖ୍ୟମନ୍ତ୍ରୀ ଉତ୍ସାହିତ କରି ପତାକା ଦେଖାଇଥିଲେ। ଏପରିକି ବାତ୍ୟା ପ୍ରଭାବିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ସ୍କାଉଟ ଓ ଗାଇଡ୍ମାନେ ନିଜ ନିଜ ଅ ଳରେ ଅନୁରୂପ କାର୍ଯ୍ୟରେ ନିୟୋଜିତ ହୋଇରହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande