ଚାନ୍ଦବାଲିରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଜନଶୁଣାଣି ଶିବିର, ୨୭୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ଓ ଏସ୍ପିି, ୭ ଦିନ ମଧ୍ୟରେ ତଦନ୍ତ ପାଇଁ କମିଟି ଗଠନ ନିର୍ଦ୍ଦେଶ
ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ସୋମବାର ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯ
CHANDBALI - COLLECTOR JOINT GRIEVANCE -2


ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ସୋମବାର ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଏହି ଶିବିରରେ ମୋଟ ୨୭୬ଟି ଅଭିଯୋଗ ଦାଖଲ ହୋଇଥିଲା।ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରମୋଦ ପ୍ରହରାଜ, ଚାନ୍ଦବାଲି ବିଡିଓ ତୃପ୍ତି ଦାଶ, ତହସିଲଦାର ଭବତୋଷ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ଜନସାଧାରଣ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବ୍ୟକ୍ତିଗତ ଅଭିଯୋଗ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ।ତେବେ ଶିବିରରେ ନାଲଗୁଣ୍ଡା ପଂଚାୟତର ବନ୍ୟା ସହାୟତା ଓ ଇନପୁଟ୍ ସବ୍ସିଡି ବଂଟନରେ ଅନିୟମିତତା ଅଭିଯୋଗ ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ନାଲଗୁଣ୍ଡା ସମିତିସଭ୍ୟ ଅଭୟ କୁମାର ବଳ ଚାଷୀମାନଙ୍କୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ବଂଟନରେ ଆଅର୍ାଇ ଓ ତହସିଲଦାରଙ୍କ ମନମାନି ଯୋଗୁଁ ଅନେକ ହିତାଧିକାରୀ ସେମାନଙ୍କ ଉଚିତ ପ୍ରାପ୍ୟ ପାଇନଥିବା ସେ ଅଭିଯୋଗ କରିଥିଲେ। ସେହିପରି ଚଳିତ ବର୍ଷ ୪ରୁ ୫ ଥର ବନ୍ୟା ହୋଇଥିଲେ ମଧ୍ୟ ଘରଭଙ୍ଗା ସହାୟତା ବାବଦକୁ ଧାର୍ଯ୍ୟ ୪ ହଜାର ଟଙ୍କା ଅନେକ କ୍ଷତିଗ୍ରସ୍ତ ପରିବାର ପାଇନଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆସନ୍ତା ୭ ଦିନ ମଧ୍ୟରେ ଏକ କମିଟି ଗଠନ କରି ଅଭିଯୋଗଗୁଡ଼ିକର ତଦନ୍ତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ତହସିଲଦାର ଭବତୋଷ ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆଜିର ଏହି ଜନଶୁଣାଣି ଶିବିରରେ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ମଧ୍ୟ ବଂଟନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande