ଯଦୁପୁର ଗ୍ରାମର ଯୁବତୀଙ୍କ ବେକକାଟି ହତ୍ୟା ଘଟଣା : କ୍ରାଇମସିନ୍ ରିକ୍ରିଏସନ ସମୟରେ ଗ୍ରାମବାସୀଙ୍କ ଦ୍ବାରା ଉତ୍ତେଜନା, ପୋଲିସ ଅଟକ
କେନ୍ଦ୍ରାପଡା, ୨ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଜଣେ +3 ଛାତ୍ରୀଙ୍କୁ ଏକତରଫା ପ୍ରେମକୁ ନେଇ ଅଭିଯୁକ୍ତ ବେକକାଟି ହତ୍ୟା ଘଟଣା। ଗିରଫ ଅଭିଯୁକ୍ତକୁ ପୋଲିସ ଆଜି ଯଦୁପୁର ଗ୍ରାମକୁ ସିନ୍ ରିକ୍ରିଏସନ ପାଇଁ ନେବା ସମୟରେ ସେଠାରେ ଉତ୍ତେଜନା ଦେଖା
ଯଦୁପୁର ଗ୍ରାମର ଯୁବତୀଙ୍କ ବେକକାଟି ହତ୍ୟା ଘଟଣା : କ୍ରାଇମସିନ୍ ରିକ୍ରିଏସନ ସମୟରେ ଗ୍ରାମବାସୀଙ୍କ ଦ୍ବାରା ଉତ୍ତେଜନା, ପୋଲିସ ଅଟକ


କେନ୍ଦ୍ରାପଡା, ୨ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଜଣେ +3 ଛାତ୍ରୀଙ୍କୁ ଏକତରଫା ପ୍ରେମକୁ ନେଇ ଅଭିଯୁକ୍ତ ବେକକାଟି ହତ୍ୟା ଘଟଣା। ଗିରଫ ଅଭିଯୁକ୍ତକୁ ପୋଲିସ ଆଜି ଯଦୁପୁର ଗ୍ରାମକୁ ସିନ୍ ରିକ୍ରିଏସନ ପାଇଁ ନେବା ସମୟରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଦୁଇଟି ପୋଲିସ ଗାଡି ସହିତ ଆଇଆଇସି ଓ ପୋଲିସ ଫୋର୍ସକୁ ଉତ୍ୟକ୍ତ ଗ୍ରାମବାସୀ ଅଟକରଖି ଧାରଣା ଦେଇଥିଲେ । ସିନ୍ ରିକ୍ରିଏସନ ଶେଷହେବା ପରେ ଅଭିଯୁକ୍ତକୁ ପୋଲିସ ଗାଡିରେ ନେଇ ଆସିବା ସମୟରେ ଅଭିଯୁକ୍ତକୁ କଠୋର ଦଣ୍ଡ ଓ ହତ୍ୟାକାଣ୍ଡର ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ରାସ୍ତା ଉପରେ ବସି ରହିଥିଲେ। ଉତ୍ୟକ୍ତ ଗ୍ରାମବାସୀ ମାନଙ୍କୁ କିଛି ସ୍ଥାନୀୟ ଲୋକେ ଓ ଆଇଆଇସି ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା। ଶେଷରେ ପୋଲିସ ଗାଡି ଓ ପୋଲିସଙ୍କୁ ଛାଡିଥିଲେ ଉତ୍ୟକ୍ତ ଗ୍ରାମବାସୀ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande