ସୁନାଝରିଆ ପ୍ରାଇମେରୀ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପରଲୋକ
Head master passed away
ସୁନାଝରିଆ ପ୍ରାଇମେରୀ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପରଲୋକ


ଝାରସୁଗୁଡ଼ା, ୦୨ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କେଲେଣ୍ଡାମାଲ ପଂଚାୟତ ସୁନାଝରିଆ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲୋକନାଥ ପ୍ରଧାନ (୫୭) ଙ୍କ ଶନିବାର ରାତିରେ ଆକସ୍ମିକ ପରଲୋକ ହୋଇଯାଇଛି । କୋଲାବିରା ପଂଚାୟତ ଡଣ୍ଡାବୁଡା ନିବାସୀ ସ୍ୱର୍ଗତ ଲୋକନାଥ ଶନିବାର ଅସୁସ୍ଥ ଅନୁଭବ କରିବାରୁ ଝାରସୁଗୁଡ଼ାର ଏକ ଘରୋଇ ଡାକ୍ତରଖାନାରୁ ଚିକିତ୍ସା ସାରି ଘରକୁ ଫେରିଥିଲେ । ରାତିରେ ସେ ଖାଇପିଇ ଶୋଇଥିଲେ । ରବିବାର ସକାଳୁ ସେ ନ ଉଠିବାରୁ ତାଙ୍କୁ ପରିବାର ଲୋକ ଉଠାଇଥିଲେ । ମାତ୍ର ସେ ନ ଉଠିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କୋଲାବିରା ଡାକ୍ତରଖାନା ନେଇଥିଲେ । ମାତ୍ର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରବିବାର ରାତିରେ ତାଙ୍କର ଶେଷକୃତ୍ୟ ଗାଁ ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିଲା । ବଡ଼ପୁଅ ଗୌରବ ମୂଖାଗ୍ନି ଦେଇଥିଲେ । ସ୍ୱର୍ଗତ ଲୋକନାଥ ଙ୍କ ପରିବାରରେ ସ୍ତ୍ରୀ ଙ୍କ ସହ ଦୁଇ ପୁଅ ଗୌରବ ଓ ସୌରଭ ଅଛନ୍ତି । ଶିକ୍ଷକ ଲୋକନାଥଙ୍କ ବିୟୋଗରେ ବିଇଓ ପ୍ରକାଶ ସାହୁ, ପ୍ରାଥମିକ ଶିକ୍ଷକ ସଂଘର ରମେଶ ସାହୁ, ସରୋଜ ଟଣ୍ଡକାର, ଅଶୋକ ସାହୁ, ଯୋଗେଶ୍ୱର ସେନାପତି, ସୁରେଶ ସାହୁ, ଲଲିନ୍ଦ୍ର ଗୋଖରା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଲୋକନାଥଙ୍କ ବିୟୋଗରେ ଡଣ୍ଡାବୁଡା ଗଭୀର ଶୋକପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande