ବଲାଙ୍ଗିର ଦିନ୍ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ : ନିନ୍ଦା ପ୍ରସ୍ତାବ ଆଣିଲା ସଂଘ
ବଲାଙ୍ଗିର, 02 ନଭେମ୍ବର (ହି.ସ.) ଗତକାଲି ସଂଧ୍ୟାରେ ବଲାଙ୍ଗିର ଦିନ୍ ସଭା କାର୍ଯ୍ୟକ୍ରମ କୋଶଳ କଳାମଣ୍ଡଳ ପଡ଼ିଆରେ ପାଳିତ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ଅପମାନିତ କରାଯାଇଥିବା ଭଳି ସଂଗୀନ ଘଟଣା ସାମ୍ନାକୁ ଆସିଛି । ଏଥିପାଇଁ ସାମ୍ବା
ବଲାଙ୍ଗିର ଦିନ୍ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ : ନିନ୍ଦା ପ୍ରସ୍ତାବ ଆଣିଲା ସଂଘ


ବଲାଙ୍ଗିର, 02 ନଭେମ୍ବର (ହି.ସ.)

ଗତକାଲି ସଂଧ୍ୟାରେ ବଲାଙ୍ଗିର ଦିନ୍ ସଭା କାର୍ଯ୍ୟକ୍ରମ କୋଶଳ କଳାମଣ୍ଡଳ ପଡ଼ିଆରେ ପାଳିତ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ଅପମାନିତ କରାଯାଇଥିବା ଭଳି ସଂଗୀନ ଘଟଣା ସାମ୍ନାକୁ ଆସିଛି । ଏଥିପାଇଁ ସାମ୍ବାଦିକ ଭବନରେ ଏକ ଜରୁରୀ କାଳୀନ ସଭାର ଆୟୋଜନ କରି ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିବା ସହ ବଲାଙ୍ଗିର ଦିନ୍ ଆୟୋଜକ କମିଟି ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିଛନ୍ତି । ସଂଘର ଉପସଭାପତି ଆନନ୍ଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାଧାରଣ ସଂପାଦକ ଦୀପକ ପୁରୋହିତ ଘଟଣା ସଂପର୍କରେ ଆଲୋକପାତ କରିଥିଲେ । ବଲାଙ୍ଗିର ଦିନ୍ ଆୟୋଜକ କମିଟି ପକ୍ଷରୁ ସଂଘର ସଭାପତି ହରିନାରାୟଣ ପୂଜାରୀ ଏବଂ ସାଧାରଣ ସମ୍ପାଦକ ଦୀପକ ପୁରୋହିତଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇ ବଲାଙ୍ଗିର ଦିନ୍ ସଭା କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ ସମ୍ବର୍ଦ୍ଧିତ କରାଯିବା ପାଇଁ କୁହାଯାଇଥିଲା ଏବଂ ସମ୍ବର୍ଦ୍ଧନା ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା । ଅନୁରୋଧ ରକ୍ଷା କରି ସଂଘର ସାଧାରଣ ସଂପାଦକଙ୍କ ସହ ସଦସ୍ୟମାନେ ସଂପୃକ୍ତ ସଭାରେ ଉପସ୍ଥିତ ରହିଥିଲେ ସୁଦ୍ଧା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ ସମ୍ବର୍ଦ୍ଧନା ପାଇଁ ମଞ୍ଚକୁ ଶେଷ ପର୍ୟ୍ୟନ୍ତ ଡକା ନଯାଇ ଅସମ୍ମାନ ପ୍ରଦର୍ଶନ କରାଯାଇ ଥିଲା । ଏହାକୁ ନେଇ ସାମ୍ବାଦିକ ମାନେ ଅପମାନିତ ଅନୁଭବ କରିବା ସହ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ ବଲାଙ୍ଗିର ଦିନ୍ ଆୟୋଜକ କମିଟି ପକ୍ଷରୁ ଅପମାନିତ କରାଯାଇଥିବା ସ୍ପଷ୍ଟ ହୋଇଛି ବୋଲି ସାଧାରଣ ସଂପାଦକ ଶ୍ରୀ ପୁରୋହିତ ସଭାରେ ଆଲୋଚନା କରିଥିଲେ ।

ବଲାଙ୍ଗିର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାମ କରି ଜିଲ୍ଳାର ଉନ୍ନତି ପ୍ରତି ଅବଦାନ ଥିବା, ବିଭିନ୍ନ କ୍ଷେତ୍ରରେ ପଦ୍ମଶ୍ରୀ, କଳାକାର, କବି ବରିଷ୍ଠତା ଭିତ୍ତିରେ ଥିବା ଅନେକ ଶ୍ରେଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ

ସମ୍ମାନ ପ୍ରଦର୍ଶନ ପାଈଁ ମନୋନୀତ କରାଯାଇ ନଥିବା ବେଳେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ଠାରୁ ମୋଟା ଅଙ୍କରେ ଚାନ୍ଦା ନେଇ ଥିବା ବିଭିନ୍ନ ବ୍ୟକ୍ତି, ଉତ୍ସବ ପାଳନ କରିବା ବିଭିନ୍ନ କମିଟି ସଦସ୍ୟ ମାନଙ୍କୁ ମଞ୍ଚରେ ସମ୍ମାନ ଦିଆ ଯାଇଚି। ଜିଲ୍ଲା ର ପ୍ରତିଷ୍ଠା ଦିଵସ ଜିଲ୍ଳାର ପ୍ରତିଟି ବ୍ୟକ୍ତିର ନିଜସ୍ୱ କାର୍ଯ୍ଯକ୍ରମ ହୋଇ ଥିଲା ବେଳେ ଏଥିପାଇଁ ସର୍ବ ସମ୍ମତି ମତାମତ ନିଆ ନଯାଇ ତରବରିଆ ଭାବରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି । ନେତୃତ୍ୱ ବିହୀନ ଭାବରେ ଓ ଗଠିତ ବିଭିନ୍ନ କମିଟି ଭିତରେ ତାଳ ମେଳ ରହୁନାହିଁ ଫଳରେ ବାରଭାଇ ଆଖଡ଼ା ହୋଇଚି। ବୋଳି ବିଭିନ୍ନ ସଭ୍ୟ ମତ ଦେଉଥିଲେ।

ଆଜିର ସାମ୍ବାଦିକ ସଙ୍ଘ

ସଭାରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ନବୀନ ପଶାୟତ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶରତ ମହାକୁର, ରଣଜିତ ବେହେରା, ଶରତ କୁମାର ମିଶ୍ର, ଚନ୍ଦ୍ରଭାନୁ ମୋଲାନା, ଘଟେଶ୍ୱର ମିଶ୍ର, ସୁନୀଲ ମହାନ୍ତି, ବିଭୂକଲ୍ୟାଣ ଗଡ଼ତ୍ୟା, ମୁକେଶ ବହିଦାର, ନୂତନ ମିଶ୍ର, ଅଭିଳାଶ ହୋତା, ବଳରାମ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, କିଶୋର କୁମାର ସାହୁ, ସଂଦୀପ କୁମାର କୁଅଁର, ନିରୋଜ ମିଶ୍ର, ସୁଧୀର ମିଶ୍ର, ଯୁଜେଷ୍ଟି ମେହେର, ଗୁପ୍ତେଶ୍ୱର ପୃଷ୍ଟି, ଶେଷଦେବ ମେର୍ଲି, ସୁଶାନ୍ତ ବାରିକ, ମହମ୍ମଦ ୱାହିଦ୍, ରଶ୍ମିରଞ୍ଜନ ପଟ୍ଟନାୟକ, ବିଶ୍ୱଜିତ ପଟ୍ଟନାୟକ, ସୁବ୍ରତ ନାଏକ, ଚିତ୍ତରଂଜନ ସାହୁ, ମୁକେଶ ଷାଣ୍ଢ, ଗଣେଷ ସାହୁ, ସୁଜିତ ସେଠ, ଆଶିଷ ବାରିକ, ଶମ୍ଭୁନାଥ ସାହୁ, ଦେବେନ୍ଦ୍ର ଲେଙ୍କା ପ୍ରମୁଖ ଏହି ସଭାରେ ଯୋଗଦାନ କରି ବଲାଙ୍ଗିର ଦିନ୍ ଆୟୋଜକ କମିଟିର ଏଭଳି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande