
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) -ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ ଓ ପାରିବାରିକ ପେନ୍ସନ୍ ପ୍ରାପ୍ତକାରୀଙ୍କ ସୁବିଧା ନିମନ୍ତେ ଖୋର୍ଦ୍ଧା ରୋଡ୍ ଠାରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ଏକ ବୃହତ୍ ଶିବିର ଆୟୋଜନ କରାଯାଇଛି । ଏହି ପଦକ୍ଷେପ ଦେଶବ୍ୟାପୀ ଆୟୋଜିତ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ ୫.୦ର ଏକ ଅଂଶବିଶେଷ। ଏହି ଅଭିଯାନ ୦୧ ନଭେମ୍ବର ଠାରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଚାଲୁ ରହିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ପାରିବାରିକ ପେନ୍ସନ୍ ପ୍ରାପ୍ତକାରୀ ସହଜରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ଯୋଗାଇବା ଏବଂ ସେମାନଙ୍କ ପେନ୍ସନ୍ ର ନିରବଚ୍ଛିନ୍ନ ପ୍ରଦାନ ସୁନିଶ୍ଚିତ କରିବା।ମଣ୍ଡଳ ଅଧୀନରେ ବିଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିବା ପେନ୍ସନ୍ ପ୍ରାପ୍ତକାରୀଙ୍କ ସୁବିଧା ଓ ଅଧିକ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ସ୍ଥାନଗୁଡ଼ିକରେ ମଧ୍ୟ ଶିବିର ଆୟୋଜନ କରାଯିବ।ବ୍ରହ୍ମପୁର ରେଳବାଇ ସଂସ୍ଥାନ: ୦୪ ନଭେମ୍ବର , ବାଲୁଗାଁ ବିଶ୍ରାମଗୃହ: ୧୦ ନଭେମ୍ବର, ପୁରୀ ସିଡିଓ ସମ୍ମିଳନୀ କକ୍ଷ: ୧୨ ନଭେମ୍ବର , ଭୁବନେଶ୍ୱର ରନିଂ ରୁମ୍: ୧୩ ନଭେମ୍ବର , କଟକ ରେଳବାଇ ସଂସ୍ଥାନ: ୧୭ ନଭେମ୍ବର ୬, ପାରାଦୀପ ଏରିଆ ମ୍ୟାନେଜେର ସମ୍ମିଳନୀ କକ୍ଷ: ୧୯ ନଭେମ୍ବର ଅନୁଗୁଳ ସମ୍ମିଳନୀ କକ୍ଷ: ୨୧ ନଭେମ୍ବର, ଭଦ୍ରକ ରେଳପଥ ରକ୍ଷଣାବେକ୍ଷଣ କାର୍ଯ୍ୟାଳୟ: ୨୭ ନଭେମ୍ବର , କେନ୍ଦୁଝରଗଡ଼ ରେଳବାଇ ସଂସ୍ଥାନ: ୩୦ ନଭେମ୍ବର।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସମସ୍ତ ପେନ୍ସନ୍ ପ୍ରାପ୍ତକାରୀ ଏବଂ ପରିବାର ପେନ୍ସନ୍ ପ୍ରାପ୍ତକାରୀ ମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସମୟସୀମାରେ ଦାଖଲ କରିବା ପାଇଁ ଏହି ଶିବିରଗୁଡ଼ିକର ସୁବିଧା ନେବା ସହ ସୁଗମ ପେନସନ ପ୍ରାପ୍ୟ ଏବଂ ଅବସରକାଳୀନ ସୁବିଧାର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା