
ବଲାଙ୍ଗୀର, ୦୨ ନଭେମ୍ବର(ହି.ସ.) – ପୁରୁଣା ସ୍ମୃତିକୁ ସାଉଁଟିବା, ବନ୍ଧୁତ୍ୱର ଅତୁଟ ବନ୍ଧନକୁ ସୁଦୃଢ଼ କରିବା ଏବଂ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ବଲାଙ୍ଗୀରର ପୃଥ୍ୱୀରାଜ ହାଇସ୍କୁଲ ୧୯୯୭ ବ୍ୟାଚ୍ ଛାତ୍ରମାନଙ୍କ ଏକ ଭବ୍ୟ ବନ୍ଧୁମିଳନ ଆୟୋଜିତ ହୋଇଯାଇଛି। ଏହି ମିଳନରେ ଶତାଧିକ ଛାତ୍ର ଯୋଗଦେଇ ଉତ୍ସାହ ଓ ଆନନ୍ଦର ସହ ମିଳନ ଉତ୍ସବକୁ ଧୁମ୍ଧାମ୍ରେ ପାଳନ କରିଥିଲେ। ଏହି ମିଳନ କେବଳ ହସଖୁସି ଓ ସ୍ମୃତିଚାରଣରେ ସୀମିତ ନରହି ଏଥିରେ ଏକ ମହତ ସାମାଜିକ ଉଦ୍ଦେଶ୍ୟକୁ ମଧ୍ୟ ଗୁରୁତ୍ୱ ଦେଇଥିଲା। ବ୍ୟାଚ୍ ଆଗାମୀ ଦିନରେ ବିଭିନ୍ନ ଉନ୍ନତିମୂଳକ ଓ ଜନହିତକର କାର୍ଯ୍ୟ ହାତକୁ ନେବା ସହିତ ସମାଜର ଅସହାୟ ଲୋକଙ୍କ ପାଖରେ ଠିଆ ହେବାକୁ ନେଇ ଛାତ୍ରମାନେ ଆଲୋଚନା କରିଥିଲେ। ବିଶେଷ କରି ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ସମୟରେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଅସହାୟଙ୍କୁ ସମ୍ଭବ ମୁତାବକ ସାହାଯ୍ୟର ହାତ ବଢ଼ାଇବା ପାଇଁ ସାମୁହିକ ଭାବରେ ମତ ପ୍ରକାଶ କରିଥିଲେ। ଏହାସହ ଭବିଷ୍ୟତରେ ଏକ ସଂଗଠିତ ମଂଚ ମାଧ୍ୟମରେ ସମାଜସେବା ଓ ଜନ କଲ୍ୟାଣମୂଳକ କାର୍ଯ୍ୟକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ବନ୍ଧୁମାନେ ଆଗକୁ ନିଜକୁ ସାମାଜିକ ଆଂଚଳିକ ବିକାଶ ଦିବରେ ଯଥାଶକ୍ତି ନିବେଶ କରିବେ ବୋଲି ଶପଥ ନେଇଥିଲେ। ଆସନ୍ତା ବର୍ଷ ପୁଣି ଏହି ଦିନ ବନ୍ଧୁନିଳନରେ ସମସ୍ତେ ଏକଜୁଟ ହେବା ପ୍ରତିଶୃତି ପରେ ସଭା ସାଙ୍ଗ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ