ମାଲିପୁଟ ଓ କୋଟିଆ ଗ୍ରାମପଂଚାୟତ ଗସ୍ତ କଲେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା, ବିଦ୍ୟାଳୟର ଶିକ୍ଷାଦାନ ଓ ଭିତିଭୂମିର ସମୀକ୍ଷା
ଜୟପୁର, ୦୨ ନଭେମ୍ବର(ହି.ସ.) – କୋରାପୁଟ ଜିଲ୍ଲାପାଳ ଆଜି ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ମାଲିପୁଟ ଓ କୋଟିଆ ଗ୍ରାମପଂଚାୟତ ଗସ୍ତ କରିଥିଲେ। ଏହି ଅବସରରେ ଉପରଏରାସାନ୍ତାଗୁଡ଼ାଠାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା, ଆବଶ୍ୟକତା ଓ ଅଂଚଳର ଉନ୍ନୟନ ସମ୍ପର୍କିତ ବିଷୟର
ମାଲିପୁଟ ଓ କୋଟିଆ ଗ୍ରାମପଞ୍ଚାୟତ ଗସ୍ତ କଲେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା, ବିଦ୍ୟାଳୟର ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା


ଜୟପୁର, ୦୨ ନଭେମ୍ବର(ହି.ସ.) – କୋରାପୁଟ ଜିଲ୍ଲାପାଳ ଆଜି ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ମାଲିପୁଟ ଓ କୋଟିଆ ଗ୍ରାମପଂଚାୟତ ଗସ୍ତ କରିଥିଲେ। ଏହି ଅବସରରେ ଉପରଏରାସାନ୍ତାଗୁଡ଼ାଠାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା, ଆବଶ୍ୟକତା ଓ ଅଂଚଳର ଉନ୍ନୟନ ସମ୍ପର୍କିତ ବିଷୟରେ ମତାମତ ଗ୍ରହଣ କରିଥିଲେ।

ଏହି ଗସ୍ତ ଅବସରରେ ଜିଲ୍ଲାପାଳ ସଲପଗୁଡ଼ା ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଭିତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏଥିସହ ଶିକ୍ଷକମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟର ଶିକ୍ଷାଗତ ପରିବେଶ ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।

ଜିଲ୍ଲାପାଳଙ୍କ ଏହି କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଅଂଚଳର ବିକାଶମୂଳକ ଆବଶ୍ୟକତାକୁ ନିକଟରୁ ଅନୁଧ୍ୟାନ କରିବା ସହ ଶିକ୍ଷାନୁଷ୍ଠାନର କାର୍ଯ୍ୟଧାରା ସମୀକ୍ଷା କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande