
ଜୟପୁର, ୦୨ ନଭେମ୍ବର(ହି.ସ.) – ଜୟପୁର ଜୟପୁର ସଦର ଥାନା ଅନ୍ତର୍ଗତ କୁମୁଲିପୁଟ ଠାରେ ବିଦେଶି ମଦ ଦୋକାନ ବନ୍ଦ କରିବା ଦାବିରେ ରାସ୍ତା ରୋକ କରିଥିଲେ ପଂଚାୟତବାସୀ। ଫଳରେ ଉଭୟ ପଟେ ସହ ସହ ଗାଡି ଅଟକି ରହିଥିଲା। ଘଟଣା ସ୍ଥଳରେ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଅବକାରି ଥାନା ଅଧିକାରି ସୁବ୍ରତ କେଶୋରି ହରିନ ଉପସ୍ଥିତ ରହି ବୁଝାସୁଝା କରିଥିଲେ। ପରେ ଅବରୋଧ କାରି ରାସ୍ତା ରୋକରୁ ଓହ୍ଲାଇଥିଲେ। ପରେ ଜୟପୁର ସଦର ପୋଲିସ ସାଧାରଣ ଜନତା ଜୀବନ ଜାପନରେ ବ୍ୟାଘାତ ସୃଷ୍ଟି କରିଥିବାରୁ ମାମଲା ରୁଜୁ କରିଥିବା ବିଷୟ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି