ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଷ୍ଟାରଲିଙ୍କକୁ ବିରୋଧ : ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର
ପୁରୀ, ୨ ନଭେମ୍ବର (ହି.ସ.)- ଆମେରିକାର ଷ୍ଟାରଲିଙ୍କ କମ୍ପାନୀକୁ ଭାରତରେ ଇଣ୍ଟନେଟ ସେବା ପାଇଁ ଲାଇସେନ୍ସ ନଦେବା ପାଇଁ ସ୍ବଦେଶୀ ଜାଗରଣ ମଞ୍ଚ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛି l ଆଜି ସ୍ବଦେଶୀ ଜାଗରଣ ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ପୁରୀ ଜିଲ୍ଲା ସଂଯୋଜକ ବାସୁଦେବ ସାହୁଙ୍କ ନେତୃତ୍ୱର
ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଷ୍ଟାରଲିଙ୍କକୁ ବିରୋଧ :ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର


ପୁରୀ, ୨ ନଭେମ୍ବର (ହି.ସ.)- ଆମେରିକାର ଷ୍ଟାରଲିଙ୍କ କମ୍ପାନୀକୁ ଭାରତରେ ଇଣ୍ଟନେଟ ସେବା ପାଇଁ ଲାଇସେନ୍ସ ନଦେବା ପାଇଁ ସ୍ବଦେଶୀ ଜାଗରଣ ମଞ୍ଚ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛି l ଆଜି ସ୍ବଦେଶୀ ଜାଗରଣ ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ପୁରୀ ଜିଲ୍ଲା ସଂଯୋଜକ ବାସୁଦେବ ସାହୁଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l ଏଲନମସ୍କଙ୍କ କମ୍ପାନୀ ଷ୍ଟାର ଲିଙ୍କକୁ ଭାରତରେ ଇଣ୍ଟରନେଟ ସରବରାହ ପାଇଁ ଅନୁମତି ଦିଆ ନଯାଉ ବୋଲି ମଞ୍ଚ ଦାବି କରିଛି | ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ସ୍ମାରକପତ୍ରରେ କୁହାଯାଇଛି l ଷ୍ଟାରଲିଙ୍କ ଏକ ଆମେରିକୀୟ ସରବରାହ ସଂସ୍ଥା ଓ ଏହାର ନିୟନ୍ତ୍ରଣ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ହାତରେ ରହିଛି l ଇଉକ୍ରେନ-ଋଷିୟା ଯୁଦ୍ଧ ସମୟରେ ଷ୍ଟାରଲିଙ୍କର ସନିଗ୍ଧ ଭୂମିକା ବିଷୟ ଦର୍ଶାଇ ଏହାକୁ ଭାରତରେ ଅନୁମତି ମିଳିଲେ ଏହା ଦେଶର ସୁରକ୍ଷା ପ୍ରତି ଘୋର ବିପଦ ସୃଷ୍ଟି କରିବ ବୋଲି ମଞ୍ଚ ସତର୍କ କରିଛି l

ପ୍ରତିନିଧି ଦଳରେ ସ୍ୱଦେଶୀ ଜାଗରଣ ମଞ୍ଚ ପୂର୍ବପ୍ରାନ୍ତ ସହ ସଂଯୋଜକ ପ୍ରଶାନ୍ତ କୁମାର ଭୂୟାଁ, ବିଭାଗ ସଂଯୋଜକ ବିଶ୍ଵନାଥ ପଣ୍ଡା, ପୁରୀ ଜିଲ୍ଳା ସମନ୍ଵୟକ ରୋଜା ପ୍ରିୟଦର୍ଶୀ, ଜିଲ୍ଲା ବିଚାର ପ୍ରମୁଖ ସରୋଜ କୁମାର ମିଶ୍ର, ମମତା ଦାଶ, ଜଗନ୍ନାଥ ଷଡ଼ଙ୍ଗୀ, ସର୍ବେଶ୍ଵର ସ୍ବାଇଁ, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande