ବାତ୍ୟା “ଅକୱାନ” ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ବାତ୍ୟା “ଅକୱାନ”କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି। ଆଜି ଅପରାହ୍ନ ୪.୦୦ ସୁଦ୍ଧା ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନାନ୍ତର ପାଇଁ ଚିହ୍ନଟ ହୋଇଥିବା ୧,୦୮,୫୧୦ ଜଣଙ୍
BATYA AKBHAN BHADRAK ZILLA PRASTUTA


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ବାତ୍ୟା “ଅକୱାନ”କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି। ଆଜି ଅପରାହ୍ନ ୪.୦୦ ସୁଦ୍ଧା ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନାନ୍ତର ପାଇଁ ଚିହ୍ନଟ ହୋଇଥିବା ୧,୦୮,୫୧୦ ଜଣଙ୍କ ମଧ୍ୟରୁ ୨୪,୪୪୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ୬୪୫ଟି ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି ଏବଂ ୧୪୪ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର ଚାଲୁ ରହିଛି। ଜରୁରୀ ସ୍ଥିତି ମୁକାବିଲା ପାଇଁ ୧୦ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ବରିଷ୍ଠ ଅଧିକାରୀ ଏବଂ ଡେପୁଟି / ଆସିଷ୍ଟାଂଟ କଲେକ୍ଟରମାନେ କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଜିଲ୍ଲା କେଂଟ୍ରାଲ୍ ରୁମ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଗର୍ଭବତୀ ମହିଳାଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସ୍ଥାନାନ୍ତର ପାଇଁ ଚିହ୍ନଟ ହୋଇଥିବା ୮୮୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଏଡିଡି ୩୦ ନଭେମ୍ବର ଥିବା ୧୨୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୩୭ ଜଣଙ୍କର ପ୍ରାତିଷ୍ଠାନିକ ପ୍ରସବ କରାଯାଇଛି। ରିଲିଫ୍ ସାମଗ୍ରୀ ଭାବେ ଏ ପର୍ଯ୍ୟନ୍ତ ୩୭୯.୨୨ କ୍ୱିଂଟାଲ ଚୁଡ଼ା ଓ ୨୭.୮ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ୧,୨୯,୭୯୭.୫୩୮ କ୍ୱିଂଟାଲ ଚାଉଳ ମହଜୁଦ ରହିଛି। ଏହାବ୍ୟତୀତ ୧,୭୮୨ ପ୍ୟାକେଟ୍ ପଲିଥିନ୍ ପ୍ରସ୍ତୁତ ରଖାଯାଇଛି ଏବଂ ୨୭,୫୦୦ ପାନୀୟ ଜଳ ବୋତଲ ବଂଟନ କରାଯାଇଛି। ଆଜି ସକାଳ ୮.୩୦ ରୁ ଅପରାହ୍ନ ୪.୦୦ ମଧ୍ୟରେ ଜିଲ୍ଲାରେ ହାରାହାରି ୧୫.୨୯ ମି.ମି. ବର୍ଷା ହୋଇଛି। ପବନ ବେଗ ସ୍ୱାଭାବିକ ରହିଛି। ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଗୁଜବକୁ ବିଶ୍ୱାସ ନ କରିବା ଏବଂ ପ୍ରଶାସନର ସୂଚନା ଅନୁସାରେ ଚଳିବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande