ବିଦ୍ୟୁତ୍ ଖୁଂଟରୁ ୧୨ ସ୍ପାନ ତାର ଚୋରି, ଚୋରୀର ମୂଲ୍ୟ ୧.୨୦ ଲକ୍ଷ, ଚୋରଙ୍କ ଟାର୍ଗେଟ ବିଦ୍ୟୁତ୍ ତାର; ଧୂଷୁରୀ ଥାନାରେ ମାମଲା
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ସାଧାରଣ ଲୋକଙ୍କ ସମ୍ପତି ନୁହେଁ, ଏବେ ସରକାରୀ ବିଦ୍ୟୁତ୍ ସମ୍ପତି ଉପରେ ଦୁର୍ବୃତଙ୍କ ଲୋଲୁପ ଦୃଷ୍ଟି। ବିଦ୍ୟୁତ୍ ଖୁଂଟ ରୁ ୧୨ ସ୍ପାନ ତାର ଚୋରି କରି ନେଇଛନ୍ତି ଦୁର୍ବୃତ। ଧୂଷୁରୀ ଥାନା ଅନ୍ତର୍ଗତ ବାଙ୍କମୁହାଁ ଅଂଚଳରେ ଘଟିଥିବା ଏହି ଚୋରି ର ଆନୁମାନିକ ମୂଲ୍ୟ ୧ ଲକ
BIDYUT KHUNTA RU TARA CHORI


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ସାଧାରଣ ଲୋକଙ୍କ ସମ୍ପତି ନୁହେଁ, ଏବେ ସରକାରୀ ବିଦ୍ୟୁତ୍ ସମ୍ପତି ଉପରେ ଦୁର୍ବୃତଙ୍କ ଲୋଲୁପ ଦୃଷ୍ଟି। ବିଦ୍ୟୁତ୍ ଖୁଂଟ ରୁ ୧୨ ସ୍ପାନ ତାର ଚୋରି କରି ନେଇଛନ୍ତି ଦୁର୍ବୃତ। ଧୂଷୁରୀ ଥାନା ଅନ୍ତର୍ଗତ ବାଙ୍କମୁହାଁ ଅଂଚଳରେ ଘଟିଥିବା ଏହି ଚୋରି ର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା। ଘଟଣାକୁ ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ, ବେତାଳିଗାଁ ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ ରଶ୍ମୀରଞ୍ଜନ ମହାନ୍ତି ଗତ ଅକ୍ଟୋବର ୩୧ ତାରିଖରେ ଫିଲ୍ଡ ଟିମ ଠାରୁ ବାଙ୍କମୁହାଁ ପଏଂଟରେ ଲାଗିଥିବା ୧୨ ସ୍ପାନ ବିଦ୍ୟୁତ୍ ତାର ଚୋରି ହୋଇଥିବା ଖବର ପାଇଥିଲେ। ଏହାପରେ ସେ କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ଯାଂଚ କରିବା ପରେ ଚୋରି ଘଟଣା ସ୍ପଷ୍ଟ ହୋଇଥିଲା। ଚୋରି ତାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।ଏ ସଂକ୍ରାନ୍ତରେ ନଭେମ୍ବର ୧୯ ତାରିଖରେ ଧୂଷୁରୀ ଥାନାରେ କେସ ନମ୍ବର ୫୦୩/୨୬ ରେ ବିଏନ୍ଏସ୍ ର ଧାରା ୩୦୩(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ମାମଲାର ତଦନ୍ତ ଭାର ଆରଡ଼ି ଫାଣ୍ଡି ଏଏସ୍ଆଇ ବୈଷ୍ଣବ କୁମାର ତ୍ରିପାଠୀଙ୍କୁ ଦେଇଛନ୍ତି। ତେବେ ଏହି ଚୋରି ପଛରେ କେଉଁମାନଙ୍କ ହାତ ରହିଛି ଏବଂ ଚୋରି ତାର ଉଦ୍ଧାର ହେବ କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande