
ମାଲକାନଗିରି, ୨୦ ନଭେମ୍ବର (ହି.ସ.)- କାଲିମେଳା ବ୍ଲକ ପଶୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଏମ ଭି ୧୩୧ ଗ୍ରାମର ବିକାଶ ବାଛାରଙ୍କ ଘରେ ଗତକାଲି ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଘରେ ଥିବା ସବୁ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ଖବର ପାଇ ମାଲାଭରମ ମଣ୍ଡଳ ବିଜେପି ତରଫରୁ ଆଜି ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତ ପରିବାରକୁ ଭେଟିଥିଲେ।
ଏହି ଅବସରରେ ରାଜସ୍ୱ ନିରୀକ୍ଷକ ଦିନେଶ ବିଶ୍ୱାସ ଏବଂ ବିଦ୍ୟୁତ୍ ବିଭାଗର ଅଧିକାରୀ ସ୍ୱରୂପ ପାଣିଗ୍ରାହୀଙ୍କ ସହ ଆଲୋଚନା କରି କ୍ଷତିଗ୍ରସ୍ତ ପରିବାରକୁ କିପରି ସରକାରୀ ସହାୟତା ଓ ଆବଶ୍ୟକୀୟ ସୁବିଧା ମିଳିପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସମୟରେ କୃଷକ ମୋର୍ଚ୍ଚା ସଭାପତି କୌଶିକ ହାଲଦାର, ମଣ୍ଡଳ ସମ୍ପାଦକ ଜ୍ୟୋତି ହାଲଦାର, ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ମଣ୍ଡଳ, ଶକ୍ତିକେନ୍ଦ୍ର ପ୍ରମୁଖ ଶ୍ୟାମଲ ବେପାରୀ ଏବଂ ମାଲାଭରମ ମଣ୍ଡଳ ସଭାପତି ଜୟନ୍ତ କୁମାର ମଜୁମଦାର ଉପସ୍ଥିତ ରହି ପରିବାରର ଦୁଃଖସୁଖ ବୁଝିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇଦେବା ପାଇଁ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ