
ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ‘ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ନ୍ୟାସ’ ପକ୍ଷରୁ ଆସନ୍ତା ୨୨ ତାରିଖ (ରବିବାର) ସନ୍ଧ୍ୟା ୫ ଘଟିକା ସମୟରେ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ‘ନବମ ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ବକ୍ତୃତାମାଳା’ ଅନୁଷ୍ଠିତ ହେବ। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଓ ନ୍ୟାସର ଅଧ୍ୟକ୍ଷ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ତ, ଆଇନ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ପ୍ରାକ୍ତନ ସାଂସଦ, ପ୍ରଶାସକ ତଥା ପ୍ରସାରଭାରତୀର ଅବସରପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଜହର ସରକାର ମୁଖ୍ୟବକ୍ତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା ବିଶିଷ୍ଟ ଅତିଥି ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।
ଚଳିତବର୍ଷ ପାଇଁ ସ୍ମାରକୀ ବକ୍ତୃତାମାଳାର ବିଷୟବସ୍ତୁ ରହିଛି ‘ଭାରତୀୟ ଗଣମାଧ୍ୟମ ଲକ୍ଷ୍ୟହୀନ ହୋଇଯାଇଛି?’ ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ, ଶିକ୍ଷାନବୀସ ତଥା ଜନସାଧାରଣ ଯୋଗ ଦେବାକୁ ‘ନ୍ୟାସ’ର ଅଧ୍ୟକ୍ଷ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଅନୁରୋଧ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା