ପ୍ରଧାନ ମହାଲେଖାକାରଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ଷଷ୍ଠ ଅଡିଟ୍ ସପ୍ତାହର ଶୁଭାରମ୍ଭ
ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଷଷ୍ଠ ଅଡିଟ୍ ସପ୍ତାହ ୨୦୨୬ର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଲେଖା ଓ ଅଡିଟ୍ ବିଭାଗ ପକ୍ଷରୁ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲ
cag


ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଷଷ୍ଠ ଅଡିଟ୍ ସପ୍ତାହ ୨୦୨୬ର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଲେଖା ଓ ଅଡିଟ୍ ବିଭାଗ ପକ୍ଷରୁ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ଉଦ୍ଘାଟନୀ ସମାରୋହରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଡିଟ୍ ର ଗୁରୁତ୍ୱ ଓ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅଡିଟ୍ ରିପୋର୍ଟ ସରକାରଙ୍କ ଆର୍ôଥକ ସ୍ୱାସ୍ଥ୍ୟର ଏକ ପ୍ରତିଫଳନ। ସରକାରୀ ଅର୍ଥର ସୁବିନିଯୋଗ, ଆର୍ôଥକ ଶୃଙ୍ଖଳା ଏବଂ ପ୍ରଶାସନିକ ସ୍ୱଚ୍ଛତା ସୁନିଶ୍ଚିତ କରିବାରେ ଅଡିଟ୍ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଏହି ଅବସରରେ ଭାରତର ପୂର୍ବାଂଚଳ ଉପ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ ଶ୍ରୀ ପ୍ରମୋଦ କୁମାର, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, ଓଡ଼ିଶାର ପ୍ରଧାନ ମହାଲେଖାକାର ଶ୍ରୀ ଡି. ସାହୁ, ସୁବୁ.ଆର ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ଆର୍ôଥକ କାରବାରରେ ସ୍ୱଚ୍ଛତା, ଉତରଦାୟିତ୍ୱ ବୃଦ୍ଧି ସହ ଉତମ ଆର୍ôଥକ ପରିଚାଳନା କ୍ଷେତ୍ରରେ ଅଡିଟ୍ ବ୍ୟବସ୍ଥାର ଗୁରୁତ୍ୱ ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande