
ଅଦ୍ୟାବଧି ବିଭିନ୍ନ
ଜିଲ୍ଲାରେ ମୋଟ ୩ଲକ୍ଷ ୭୨ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁସ୍ଥାନାନ୍ତରଣ
ଭୁବନେଶ୍ୱର, ୨୦
ନଭେମ୍ବର(ହି.ସ) ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକଭାନ୍'ରବର୍ତ୍ତମାନ ଲ୍ୟାଣ୍ତ ଫଲ ପ୍ରକ୍ରିୟା ଜାରି ରହିଛି ।
ଏହି ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି କଣ ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ
ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଥିଲେ ।ଆଜି
ସକାଳେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର( ଏସଇଓସି) କାର୍ଯ୍ୟାଳରେ ମୁଖ୍ୟ ଶାସନ ସଚିବ
ଶ୍ରୀମତୀ ଗର୍ଗ ସ୍ଥିତିସମୀକ୍ଷା କରି
ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସମୁଦ୍ର ଓ ସ୍ଥଳଭାଗରେ ପବନରେ ବେଗ ସ୍ଥିତି ସମ୍ପର୍କରେ
ଆଇଏମଡିର ସୂଚନା ଅନୁସାରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୮୦କିମି ପ୍ରତି ଘଣ୍ଟା ଓ ବେଳେ ବେଳେ ଝଟକା ପବନ ୯୦ କିମି ପ୍ରତି ଘଣ୍ଚା ପବନର ବେଗ ରହିଛି । ସ୍ଥଳଭାଗ
ଛୁଇଁବା କ୍ଷଣି ଏହାର ବେଗ କମି କମି ଯିବ ।
ଆଜି ସକାଳ ୮.୩୦ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ
କରାଯାଇଛି । ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪ .୬ମି.ମି.,
କେନ୍ଦ୍ରାପଡାରେ ୬୪.୬ମିମି. ପୁରୀରେ ୬୧ .୧ ,ଜଗତସିଂହପୁରରେ
୫୧ .୩ , ଭଦ୍ରକରେ
୫୦.୯, ମୟୁରଭଂଜରେ
୪୩ .୯,ବାଲେଶ୍ୱରରେ ୪୩.୭ ,
କଟକରେ ୪୦.୪,ଯାଜପୁରରେ ୩୭.୫ , ନୟାଗଡରେ ୩୩ .୮,କନ୍ଧମାଳରେ
୩୩ .୫, ଢେଙ୍କାନାଳରେ
୩୨.୪, କେନ୍ଦୁଝରରେ
୨୯ .୮, ଖୋର୍ଦ୍ଧାରେ
୨୪ .୫, ବଲାଙ୍ଗୀରରେ୨୪.୪ ଗଜପତିରେ ୨୧.୯ମି.ମି ବର୍ଷା ହୋଇଛି । ସମସ୍ତ ଜିଲ୍ଲାରେ ବର୍ଷା
ହୋଇଛି ।
ସମସ୍ତ ଜିଲ୍ଲାର ଜିଲ୍ଲାପାଳ
ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଚ୍ରୋଲ ରୁମରେ ଉପସ୍ଥିତର ରହି ସ୍ଥିତିବାତ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ । ଯେଉଁ
ବରିଷ୍ଠ ଅଧିକାରୀମାନେ ରାଜ୍ୟ ସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ
ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥାକରାଯାଇଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ
କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ । ବ୍ରହ୍ମପୁର ଓ ଦିଗପହଣ୍ଡି
ଭଳି ସହାରାଂଚଳ ରାସ୍ତା ଉପରେଅଧିକ ବର୍ଷା ଜନିତ
ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ
ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି।
ଅଦ୍ୟାବଧି ବିଭିନ୍ନ
ଜିଲ୍ଲାରେ ମୋଟ ୩ଲକ୍ଷ ୭୨ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ
ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।ପ୍ରାୟ ୧୦
ହଜାର ୦୧୦ ଜଣଙ୍କୁଆଶ୍ରୟ ସ୍ଥଳରେରଖାଯାଇଛି ।
ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ
୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ
୫୧,୯୫୬ ଜଣ, ପୁରୀରୁ
୪୦,୨୯୫ ଜଣ, ଗଜପତିରୁ
୨୮,୬୯୩ ଜଣ
ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।
ଚିହ୍ନଟ ହୋଇଥିବା ୧୨,୨୯୪ ଜଣ
ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦ଜଣଙ୍କୁ
ଡାକ୍ତରଖାନା ଓ ମା' ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫0 ଜଣ
ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହା ପରେ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜିପୂର୍ବାହ୍ଣ ୧୧.୪୫ ମିନିଟସମୟରେ ରାଜ୍ୟ
ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଁଚି ବାତ୍ୟାର ଗତିପଥ ଓସ୍ଥିତି ଅନୁଧ୍ୟାନ କରିଛନ୍ତି ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ
ସୁରେଶ ପୁଜାରୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ସଚିବ
ଉପସ୍ଥିତ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା