ଅସହାୟ ୪ ଶିଶୁଙ୍କ ଘରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ, ପାଠପଢ଼ା ଆଉ ରହିବା ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି
ମାଲକାନଗିରି , ୨୦ ନଭେମ୍ବର (ହି.ସ.)ମାଲକାନଗିରି ପୌରାଞ୍ଚଳ ତଳସାହିରେ ରହୁଥିବା ୪ ଜଣ ଅସହାୟ ଶିଶୁଙ୍କ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ଚିତ୍ତରଞ୍ଜନ ପାଣିଗ୍ରାହୀ ଆଜି ସେମାନଙ୍କ ଘରେ ପହଞ୍ଚି ସ୍ଥିତି ଅନୁଧ
ଅସହାୟ ୪ ଶିଶୁଙ୍କ ଘରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ, ପାଠପଢ଼ା ଆଉ ରହିବା ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି


ମାଲକାନଗିରି , ୨୦ ନଭେମ୍ବର (ହି.ସ.)ମାଲକାନଗିରି ପୌରାଞ୍ଚଳ ତଳସାହିରେ ରହୁଥିବା ୪ ଜଣ ଅସହାୟ ଶିଶୁଙ୍କ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ଚିତ୍ତରଞ୍ଜନ ପାଣିଗ୍ରାହୀ ଆଜି ସେମାନଙ୍କ ଘରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବାପାଙ୍କ ଦେହାନ୍ତ ପରେ ମା' ମଧ୍ୟ ଛାଡ଼ି ଚାଲିଯାଇଥିବାରୁ ଏହି ୪ ଭାଇ-ଭଉଣୀ ବର୍ତ୍ତମାନ ବୃଦ୍ଧା ଜେଜେମାଙ୍କ ଆଶ୍ରୟରେ ରହୁଛନ୍ତି। ଦୁଇ ଝିଅ ଜେଜେମାଙ୍କ ପାଖରେ ତଳସାହିରେ ରହୁଥିବା ବେଳେ ଦୁଇ ପୁଅ କୋରୁକୋଣ୍ଡା ବ୍ଲକ୍ ଟେକଗୁଡା ସ୍ଥିତ ନୀଳାଚଳ ଆଦିବାସୀ ସେବାଶ୍ରମରେ ରହି ପାଠ ପଢ଼ୁଛନ୍ତି।

ପରିବାରର ଆର୍ଥିକ ଅସୁବିଧା ଯୋଗୁଁ ବଡ଼ ଝିଅ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାରି ନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଦଶମ ପରୀକ୍ଷା ଦେବା ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ପାଇଁ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା ସେ ରୋଜଗାରକ୍ଷମ ହୋଇପାରିବେ।

ସେହିପରି ସାନ ଝିଅଙ୍କୁ ଛାତ୍ରାବାସ ଥିବା ବିଦ୍ୟାଳୟରେ ନାମ ଲେଖାଇବା ଏବଂ ଦୁଇ ପୁଅଙ୍କୁ ବାଳକ ଛାତ୍ରାବାସ ବିଦ୍ୟାଳୟରେ ନାମ ଲେଖାଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।ପିଲାମାନଙ୍କ ପାଖରେ ବର୍ତ୍ତମାନ ଜାତି ପ୍ରମାଣପତ୍ର ନ ଥିବାରୁ ସେ ବିଷୟରେ ମଧ୍ୟ ସହାୟତା କରାଯିବ। କୌଣସି ଶିଶୁ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande