ବାତ୍ୟା ଆକଭାନ ପ୍ରଭାବରେ ଧାନ ଫସଲ ନଷ୍ଟ ଆଶଙ୍କା; ଚିନ୍ତାରେ ଚାଷୀ ବିଲରେ ଭିଜୁଛି କଟା ଧାନ, ଗଜା ହେବା ଭୟରେ ଚାଷୀଙ୍କ ମୁଣ୍ଡରେ ଚଡ଼କ
ଘଟଗାଁ , ୨୦ ନଭେମ୍ବର (ହି.ସ.) - ଧାନ ଅମଳର ଠିକ୍ ଏହି ସମୟରେ ବାତ୍ୟା ‘ଆକଭାନ’ର ପ୍ରଭାବ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଓ ପାଗର ପରିବର୍ତନ ଯୋଗୁଁ ଘଟଗାଁ ଅଂଚଳରେ ଧାନ ଅମଳ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀଙ୍କ କଟା ଧାନ ଏବେ ବିଲରେ ପଡ଼
ବାତ୍ୟା ‘ଆକଭାନ’ ପ୍ରଭାବରେ ଧାନ ଫସଲ ନଷ୍ଟ ଆଶଙ୍କା; ଚିନ୍ତାରେ ଚାଷୀ  ବିଲରେ ଭିଜୁଛି କଟା ଧାନ, ଗଜା ହେବା ଭୟରେ ଚାଷୀଙ୍କ ମୁଣ୍ଡରେ ଚଡ଼କ


ଘଟଗାଁ , ୨୦ ନଭେମ୍ବର (ହି.ସ.) - ଧାନ ଅମଳର ଠିକ୍ ଏହି ସମୟରେ ବାତ୍ୟା ‘ଆକଭାନ’ର ପ୍ରଭାବ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଓ ପାଗର ପରିବର୍ତନ ଯୋଗୁଁ ଘଟଗାଁ ଅଂଚଳରେ ଧାନ ଅମଳ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀଙ୍କ କଟା ଧାନ ଏବେ ବିଲରେ ପଡ଼ି ଭିଜୁଥିବାରୁ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।

ଚାଷୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଭଲ ଫସଲ ଅମଳ ଆଶାରେ ଅନେକ ଚାଷୀ ଧାରକରଜ ଓ ଋଣ କରି ଚାଷ କରିଥିଲେ। ଧାନ ପାଚିବା ପରେ ଅମଳ ପାଇଁ ବିଲରେ କାଟି ରଖିଥିବା ବେଳେ ଅଦିନିଆ ବର୍ଷା ସବୁ ଆଶାରେ ପାଣି ପକାଇଛି। ବିଲରେ କଟା ହୋଇ ପଡ଼ିଥିବା ଧାନ ଠିକ୍ ସମୟରେ ଖଳାକୁ ଆଣି ନପାରିବାରୁ ତାହା ନଷ୍ଟ ହେବା ସହ ଧାନର ଗୁଣବତା ହ୍ରାସ ପାଇବା ନେଇ ଚାଷୀମାନେ ଆଶଙ୍କା କରୁଛନ୍ତି।

ବିଶେଷକରି ସରକାରୀ ଓ ହାଇବ୍ରିଡ୍ କିସମର ଧାନ ବର୍ଷାରେ ଭିଜି ରହିଲେ ଗଜା ହୋଇଯିବାର ଆଶଙ୍କା ରହିଛି। ଧାନ ଗଜା ହୋଇଗଲେ ତାହାର ବଜାର ମୂଲ୍ୟ ହ୍ରାସ ପାଇବା ସହ ବିକ୍ରି କରିବା ମଧ୍ୟ କଷ୍ଟକର ହୋଇପଡ଼ିବ। ଫଳରେ ଚାଷ ପାଇଁ କରିଥିବା ଋଣ ଓ ଧାରକରଜ କିପରି ପରିଶୋଧ କରିବେ, ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।

ଚାଷୀଙ୍କ ପାଇଁ ଧାନ କେବଳ ଏକ ଫସଲ ନୁହେଁ, ବରଂ ସାରା ବର୍ଷର ପରିଶ୍ରମ ଓ ପରିବାରର ଆର୍ôଥକ ଆଶାର ଆଧାର। ଏଭଳି ସମୟରେ ପ୍ରାକୃତିକ ପାଗ ପରିବର୍ତନ ଯୋଗୁଁ ଫସଲ କ୍ଷତି ହେବାର ଆଶଙ୍କା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

ତେଣୁ ଘଟଗାଁ ବ୍ଲକର କୃଷି ବିଭାଗ ଓ ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି ଧାନ ଫସଲର କ୍ଷୟକ୍ଷତି ଆକଳନ କରିବା ସହ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ମହଲରୁ ଦାବି ହେଉଛି। ନଚେତ୍ ଧାନ ଅମଳ ସମୟରେ ଏହି କ୍ଷତି ଚାଷୀଙ୍କୁ ଆର୍ôଥକ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେବାର ଆଶଙ୍କା ରହିଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande