

ଖୋର୍ଦ୍ଧା 20 ନଭେମ୍ବର (ହି.ସ.) ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଶୁକ୍ରବାର ୧୦ଟା ସୁଦ୍ଧା (ନଭେମ୍ବର ୨୦ ତାରିଖ) ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାରେ ମୋଟ୍ ୩୩୫.୭ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷା ପରିମାଣ ୨୪.୨୬ ମିଲିମିଟର ରହିଛି।
ଜିଲ୍ଲା ପ୍ରସାଶନ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ଦକ୍ଷିଣ-ପଶ୍ଚିମ ଜୋନ୍ରେ ସର୍ବାଧିକ ୩୪.୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବାଲିପାଟଣାରେ ୩୪ ମିମି, ବେଗୁନିଆରେ ୩୨ ମିମି, ଚିଲିକାରେ ୩୦ ମିମି, ଜଟଣୀ ଓ ବୋଲଗଡ଼ରେ ୨୮ ମିମି ଲେଖାଏ ଏବଂ ଖୋର୍ଦ୍ଧା ଓ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ଅଞ୍ଚଳରେ ୨୨ ମିମି ବର୍ଷା ହୋଇଛି।ସେହିପରି ବାଲିଅନ୍ତାରେ ୨୦ ମିମି, ଭୁବନେଶ୍ୱରରେ ୧୯ ମିମି, ବିଏମ୍ସି ଦକ୍ଷିଣ-ପୂର୍ବ ଜୋନ୍ରେ ୧୮ ମିମି ଏବଂ ବାଣପୁର, ଟାଙ୍ଗୀ ଓ ବିଏମ୍ସି ଉତ୍ତର ଜୋନ୍ରେ ୧୬ ମିମି ଲେଖାଏ ବର୍ଷା ରେକର୍ଡ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ