ଲଗାଣ ବର୍ଷା ମଧ୍ୟରେ ଘାଇ ଓ ନଦୀବନ୍ଧର ସ୍ଥିତି ଯାଞ୍ଚରେ ଜଳ ସମ୍ପଦ ବିଭାଗର ଅଧିକାରୀ
ଋଷିକୁଲ୍ୟା ବାମପାର୍ଶ୍ୱ ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ପିଲାସାଳିକି ଡ୍ୟାମ୍ରେ କ୍ଷେତ୍ରସ୍ତରୀୟ ଯାଞ୍ଚ ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ): ଲଗାଣ ବର୍ଷା ଜାରି ରହିଥିବା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ବିଭିନ୍ନ ପୁନରୁଦ୍ଧାର ଘାଇ, ଦୁ
ଜଳ ସମ୍ପଦ ବିଭାଗର ଅଧିକାରୀ


ଋଷିକୁଲ୍ୟା ବାମପାର୍ଶ୍ୱ

ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ପିଲାସାଳିକି ଡ୍ୟାମ୍ରେ କ୍ଷେତ୍ରସ୍ତରୀୟ ଯାଞ୍ଚ

ଭୁବନେଶ୍ୱର, ୨୦

ନଭେମ୍ବର (ହି.ସ): ଲଗାଣ ବର୍ଷା ଜାରି ରହିଥିବା

ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ବିଭିନ୍ନ ପୁନରୁଦ୍ଧାର ଘାଇ, ଦୁର୍ବଳ

ନଦୀବନ୍ଧ ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁନରୁଦ୍ଧାର

କାର୍ଯ୍ୟର ସ୍ଥାୟୀତ୍ୱ ଓ ସୁରକ୍ଷା ଯାଞ୍ଚ କରିବା ଏହି ନିରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ।

ଋଷିକୁଲ୍ୟା ନଦୀର

ବାମପାର୍ଶ୍ୱ ବନ୍ୟା ନିୟନ୍ତ୍ରଣ ବନ୍ଧର ଭୀମପୁର,

କୋଲିଡାସପୁର ଓ ପୁରୁଷୋତ୍ତମପୁର ଅଞ୍ଚଳର କୁମାରୀ ଗ୍ରାମ ନିକଟରେ

ପୂର୍ବରୁ ପୁନରୁଦ୍ଧାର ହୋଇଥିବା ଘାଇ ସ୍ଥଳଗୁଡ଼ିକୁ ଅଧିକାରୀମାନେ ଯାଞ୍ଚ କରିଥିଲେ। ନଦୀବନ୍ଧର

ସ୍ଥିରତା, ଜଳ

ନିର୍ଗମନ ଓ ମାଟି କ୍ଷୟ ଭଳି ସମ୍ଭାବ୍ୟ ବିପଦ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି

ହୀରାଧରାବତୀ ଆନିକଟ ନିକଟସ୍ଥ ଘାଇ ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଓ ସଂଲଗ୍ନ ବନ୍ୟା ସୁରକ୍ଷା

ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଅନ୍ୟ ଏକ ନିରୀକ୍ଷଣରେ ଉପଖଣ୍ଡ ଅଧିକାରୀ, ସହକାରୀ

ଯନ୍ତ୍ରୀ ଓ କ୍ଷେତ୍ର କର୍ମଚାରୀମାନେ ପିଲାସାଳିକି ଡ୍ୟାମ୍ ଏବଂ ଏହାର ଅଗେଟ୍ବିହୀନ ଜଳ

ନିଷ୍କାସନ ପଥର ସ୍ଥିତି ଯାଞ୍ଚ କରିଥିଲେ।

ବିଭାଗ ପକ୍ଷରୁ ଦୁର୍ବଳ ଓ

ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କ୍ଷେତ୍ରସ୍ତରୀୟ ନିରୀକ୍ଷଣ ଜାରି ରହିଛି। ପୁନରୁଦ୍ଧାର ହୋଇଥିବା

ନଦୀବନ୍ଧ ଓ ଜଳ ଭିତ୍ତିଭୂମିର ନିୟମିତ ଯାଞ୍ଚ ସହ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନିଆଯାଉଛି।

ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବିଭାଗର ଏହି ସତର୍କତାମୂଳକ ପଦକ୍ଷେପ ଜାରି ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande