ଆଖଣ୍ଡଳମଣିଙ୍କ ପୀଠରେ କାର୍ତିକଶ୍ୱର ପୂଜା
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ବିଛା ସଂକ୍ରାନ୍ତି ଅବସରରେ କାର୍ତିକଶ୍ୱର ପୂଜା ଅନୁଷ୍ଠିତ ହେଉଅଛି। ରୀତିନୀତି ଅନୁଯାୟୀ ମନ୍ଦିର ଭିତର ଓ ବାହାର ବେଢାରେ ୨ଟି ସ୍ଥାନରେ ପ୍ରସ୍ତୁତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି।
KARTIKASWAR PUJA AT AKHANDALAMANI PITHA


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ବିଛା ସଂକ୍ରାନ୍ତି ଅବସରରେ କାର୍ତିକଶ୍ୱର ପୂଜା ଅନୁଷ୍ଠିତ ହେଉଅଛି। ରୀତିନୀତି ଅନୁଯାୟୀ ମନ୍ଦିର ଭିତର ଓ ବାହାର ବେଢାରେ ୨ଟି ସ୍ଥାନରେ ପ୍ରସ୍ତୁତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି। ପ୍ରଥମ ଦିନରେ ଉପସ୍ଥାପନ ସହ ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଧରୀତ୍ରୀ ପୂଜନ ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରେ ଷୋଡ଼ଷ ଉପଚାରରେ ପୂଜାର୍ଚ୍ଚନା ସହ ବାଲ୍ୟ ଭୋଗ ଓ ଖେଚୁଡ଼ି ଅନ୍ନଭୋଗ ଲାଗି କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande