
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ଡ୍ରୋନ୍ ଉଡିବା ଉପରେ କଟକଣା ଜାରି କରାଯାଇଛି। କଟକ ଜିଲ୍ଲାପାଳ ନଭେମ୍ବର ୨୨ରୁ ଡିସେମ୍ବର ୩ ଯାଏଁ ବାଲିଯାତ୍ରା ପଡିଆକୁ ନୋ ଡ୍ରୋନ୍ ଜୋନ୍ ଭାବେ ଘୋଷଣା କରିଛନ୍ତି। ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆରେ ୫ କିମି ଯାଏଁ ବିଏନଏସ୍ଏସ୍ ୧୬୩ ଲାଗୁ କରାଯାଇଛି। ବାଲିଯାତ୍ରାକୁ ଭିଭିଆଇପି ଓ ଭିଆଇପିଙ୍କ ଗସ୍ତକୁ ଦଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତି ନେଇଛି। ଏହାସହ ରାତି ୧୧ଟା ଯାଏଁ ଲାଉଡ୍ ସ୍ପିକର ବ୍ୟବହାର ପାଇଁ ଅନୁମତି ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା