ମାରୱାଡ଼ି ଯୁବା ମଂଚ ବିକାଶ ଶାଖା ପକ୍ଷରୁ ତିନିଦିନିଆ ନିଃଶୁଳ୍କ ସହାୟକ ଉପକରଣ ବଂଟନ ଶିବିର
ବଲାଙ୍ଗୀର, ୨୦ ନଭେମ୍ବର(ହି.ସ.) – ସେବା ଓ ସମର୍ପଣ ମନୋଭାବ ନେଇ ଜନକଲ୍ୟାଣମୂଳକ କାର୍ଯ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କଂଟାବାଞ୍ଜି ମାରୱାଡ଼ି ଯୁବା ମଂଚର ବିକାଶ ଶାଖା। ଏହି ମହତ୍ ଉଦ୍ଦେଶ୍ୟରେ ସ୍ୱର୍ଗତ ଜୟପ୍ରକାଶ ଅଗ୍ରୱାଲଙ୍କ ସ୍ମୃତିରେ ହରିଭବନ ଠାରେ ଆୟୋଜିତ ତିନିଦିନିଆ ନିଃଶୁଳ୍କ
ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ତିନିଦିନିଆ ନିଃଶୁଳ୍କ ସହାୟକ ଉପକରଣ ବଣ୍ଟନ ଶିବିର


ବଲାଙ୍ଗୀର, ୨୦ ନଭେମ୍ବର(ହି.ସ.) – ସେବା ଓ ସମର୍ପଣ ମନୋଭାବ ନେଇ ଜନକଲ୍ୟାଣମୂଳକ କାର୍ଯ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କଂଟାବାଞ୍ଜି ମାରୱାଡ଼ି ଯୁବା ମଂଚର ବିକାଶ ଶାଖା। ଏହି ମହତ୍ ଉଦ୍ଦେଶ୍ୟରେ ସ୍ୱର୍ଗତ ଜୟପ୍ରକାଶ ଅଗ୍ରୱାଲଙ୍କ ସ୍ମୃତିରେ ହରିଭବନ ଠାରେ ଆୟୋଜିତ ତିନିଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବଂଟନ ଶିବିର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରୱାଡ଼ି ଯୁବା ମଂଚର ଏହି ମାନବୀୟ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏଭଳି ଶିବିର ଏକ ଉଦାହରଣ ସୃଷ୍ଟି କରିଛି ବୋଲି ସେ ମତପ୍ରକାଶ କରିଥିଲେ। ବେସରକାରୀ ସଂସ୍ଥା ପକ୍ଷରୁ ଏତେ ବଡ଼ ଆକାରରେ ସେବା କାର୍ଯ୍ୟ ଆୟୋଜନ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କହିବା ସହ ନୂତନ କୃତ୍ରିମ ଅଙ୍ଗ ପାଇ ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଥିବା ହସ ତାଙ୍କୁ ଭାବବିହ୍ୱଳ କରିଥିବା କହିଥିଲେ। ସମାରୋହରେ କଂଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, କଂଟାବାଞ୍ଜି ଜୈନ ପ୍ରେସ କ୍ଲବର ସଭାପତି ସୁରଦାସ ବାଗ, ସ୍ୱର୍ଗତ ଜୟପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ତଥା ସମାଜସେବୀ ମୁନିଦେବୀ ଅଗ୍ରୱାଲ ଛାପଡ଼ିଆ, ବିକାଶ ଶାଖାର ଅଧ୍ୟକ୍ଷ ମହେଶ ଅଗ୍ରୱାଲ, ସମ୍ପାଦକ ଅଭିଷେକ ଅଗ୍ରୱାଲ ଏବଂ ଜାଗୃତି ଶାଖାର ଅଧ୍ୟକ୍ଷ ଅଙ୍କିତା ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ମଂଚ ପରିଚାଳନା କରିଥିଲେ ମଂଚର ପୂର୍ବତନ ସଭାପତି ମନୀଷ ଜୈନ। ମାରୱାଡ଼ି ଯୁବା ମଂଚର ବିକାଶ ଶାଖା ଓ ରାଂଚିସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୧୩୨ ଜଣ ଦିବ୍ୟାଙ୍ଗଙ୍କୁ ମାଗଣାରେ କୃତ୍ରିମ ଗୋଡ଼, ମେକାନିକାଲ ହାତ, ଶ୍ରବଣ ଯନ୍ତ୍ର ସମେତ ବିଭିନ୍ନ ଆବଶ୍ୟକୀୟ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। ଶିବିରକୁ ଆସିଥିବା ହିତାଧିକାରୀଙ୍କ ରହିବା ଓ ଖାଦ୍ୟପେୟର ସମସ୍ତ ବ୍ୟବସ୍ଥା ମଧ୍ୟ ଆୟୋଜକଙ୍କ ପକ୍ଷରୁ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିବିରର ସଫଳ ଆୟୋଜନରେ ବିକାଶ ଶାଖାର ଆଶିଷ ଖେତାନ, କୋଷାଧ୍ୟକ୍ଷ ହେମନ୍ତ ଅଗ୍ରୱାଲ, କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ମୋଟେ, ନବନୀତ ଅଗ୍ରୱାଲ, ନୀରଜ ଅଗ୍ରୱାଲ, କୈଳାସ ଜୈନ, ଶଶାଙ୍କ ଜୈନ, ନାରାୟଣ ଜିନ୍ଦଲ, ସଚିନ ଜିନ୍ଦଲ, ସୁମିତ ଜୈନ, ବଜରଙ୍ଗ ଜିନ୍ଦଲଙ୍କ ସମେତ ଶାଖାର ବହୁ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ଦିବ୍ୟାଙ୍ଗଙ୍କୁ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଓ ସ୍ୱାବଲମ୍ବନର ନୂତନ ଆଶା ସଂଚାର କରିବାରେ ଏହି ଶିବିର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande