
ପୁରୀ, ୨୦ ନଭେମ୍ବର (ହି.ସ.)- ଚଳିତମାସ ୨୨ ତାରିଖ ରବିବାର ପୂର୍ବାହ୍ନ୧୧ଟାରେ ଅଠରନଳା ନିକଟ ସିନି କନଭେନସନ ଠାରେ ନିଃଶୁଳ୍କ ଦିବ୍ୟାଙ୍ଗ ସଂଶୋଧନ ଓ କୃତ୍ରିମ ଅଙ୍ଗ ମାପ ଶିବିର ଅନୁଷ୍ଠିତ ହେବ । ଏହାକୁ ନାରାୟଣ ସେବା ସଂସ୍ଥାନ ଆୟୋଜନ କରୁଅଛି । ଏ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଶରଧାବାଲି ଭୋଳାନାଥ ସ୍କୁଲ ନିକଟ ରାଣୀସତୀ ଭବନ ଠାରେ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାର ମିଡିଆ ଓ ଜନସମ୍ପର୍କ ବିଭାଗ ମୁଖ୍ଯ ଭଗବାନ ପ୍ରସାଦ ଗୌର ଯୋଗଦେଇ କହିଲେ ପୁରୀ ଅଞ୍ଚଳର ଦିବ୍ୟାଙ୍ଗ ମାନେ ସେମାନଙ୍କ ଦିବ୍ୟାଙ୍ଗ ଅଙ୍ଗକୁ ପରୀକ୍ଷା କରିବା, ଶାରୀରିକ ସ୍ଥିତି, ଅପରେସନ ଓ କୃତ୍ରିମ ଅଙ୍ଗ ପାଇଁ ସଠିକ ମାପ ନିଆଯିବ। ଏହା ନିଃଶୁଳ୍କ ସେବା ଶିବିର । ଏଥିପାଇଁ ଦିବ୍ୟାଙ୍ଗ ମାନେ ତାଙ୍କର ଆଧାରକାର୍ଡ, ଦିବ୍ୟାଙ୍ଗ ପ୍ରମାଣପତ୍ର ଓ ଦିବ୍ୟାଙ୍ଗ ଅଂଶ ର ଫଟୋକପି ଓ ଦୁଇଟି ପାସଫଟୋ ସାଙ୍ଗରେ ନେଇକରି ଆସିବା ପାଇଁ ଅନୁରୋଧ କରିଛନ୍ତି । ପଞ୍ଜୀକରଣ ପାଇଁ ରବିବାର ସକାଳ ୮ ଟାରୁ ଅପରାହ୍ନ ୪ଟା ପର୍ଯ୍ଯନ୍ତ ସଂସ୍ଥାନର ହେଲପ ଲାଇନ ନମ୍ବର ୭୦୨୩୫-୦୯୯୯୯ ଓ ମୋବାଇଲ ନମ୍ବର ୭୮୨୯୩୦୦୦୦୦ ରେ ଯୋଗାଯୋଗ କରିପାରିବେ । ନାରାୟଣ ସେବା ସଂସ୍ଥାନ ୧୯୮୫ରେ ପ୍ରତିଷ୍ଠା ହୋଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀରେ ଶିବିର ପ୍ରଭାରୀ ରମେଶ ଶର୍ମା, କ୍ଷେତ୍ର ପ୍ରଭାରୀ ଭରତ ପାଲିୱାର ଯୋଗଦେଇ ଦିବ୍ୟାଙ୍ଗ ମାନେ ଉପସ୍ଥିତ ରହି ସେମାନଙ୍କ ସୁବିଧାସୁଯୋଗ ପାଇ ପାରିବେ ବୋଲି ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ