ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର୨ ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା, ୧୦ ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୨୬ ସ୍ଥାନରେ ଭୀଷଣ ବର୍ଷା : ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୨୦୯.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ବାତ୍ୟା ଅକବାନଜନିତ ରାଜ୍ୟର ୨ଟି ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା ହୋଇଥିବା ବେଳେ ୧୦ ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୨୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୨୦୯.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ ୨୦୬.୫ ମି.ମି., ବ୍ରହ୍ମପୁରରେ ୨୦୦.୬ ମି.ମି., ଚିକିଟିରେ ୧୯୮.୮ ମି.ମି., ଗୋପାଳପୁରରେ ୧୮୯.୬ ମି.ମି., କୁକୁଡ଼ାଖଣ୍ଡିରେ ୧୬୩.୭ ମି.ମି., ପୁରୁଷୋତମପୁରରେ ୧୫୧.୪ ମି.ମି., ଛତ୍ରପୁରରେ ୧୩୯.୨ ମି.ମି., ଆସ୍କାରେ ୧୩୬.୦ ମି.ମି., ଦିଗପହଣ୍ଡିରେ ୧୩୨.୫ ମି.ମି., ପୋଲସରାରେ ୧୨୧.୫ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ଅନୁରୂପ ଭାବେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୧୧୯.୨ ମି.ମି. ଏବଂ ଗଞ୍ଜାମ ଜିଲ୍ଲାର କୋଦଳାରେ ୧୧୨.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande