ପ୍ରକାଶିତ ଖବର ଉପରେ ନିଜ ଆଡ଼ୁ ମାମଲା ଦାଏର କଲେ ଓଏଚଆରସି କମିଶନର
ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ଦୈନିକ ଖବରକାଗଜ ‘ପ୍ରମେୟ’ରେ ୨୦୨୬ ନଭେମ୍ବର ୧୯ ତାରିଖ ଦିନ ପ୍ରକାଶିତ ‘ଭତା ଓ ରାସନ୍ ଅପେକ୍ଷାରେ ଦିବ୍ୟାଙ୍ଗ ମହିଳା, ଦିନେ ଖାଇଲେ ଆର ଦିନକୁ ଉପାସ’ ଶୀର୍ଷକ ଖବର ଉପରେ ଓଡ଼ିଶା
ପ୍ରକାଶିତ ଖବର ଉପରେ ନିଜ ଆଡ଼ୁ ମାମଲା ଦାଏର କଲେ ଓଏଚଆରସି କମିଶନର


ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ଦୈନିକ ଖବରକାଗଜ ‘ପ୍ରମେୟ’ରେ ୨୦୨୬ ନଭେମ୍ବର ୧୯ ତାରିଖ ଦିନ ପ୍ରକାଶିତ ‘ଭତା ଓ ରାସନ୍ ଅପେକ୍ଷାରେ ଦିବ୍ୟାଙ୍ଗ ମହିଳା, ଦିନେ ଖାଇଲେ ଆର ଦିନକୁ ଉପାସ’ ଶୀର୍ଷକ ଖବର ଉପରେ ଓଡ଼ିଶା ମାନବାଧିକାର କମିଶନର ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି । ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ଆୟୁକ୍ତ ନ୍ୟାୟମୂର୍ତି ଶତ୍ରୁଘ୍ନ ପୂଜାହାରୀ ଓ ସଦସ୍ୟ ବିରଜା ଶଙ୍କର ମିଶ୍ର ନିଜ ଆଡ଼ୁ ମାମଲା ଦାଏର କରି କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ସବିଶେଷ ତଥ୍ୟ ଦେବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ପ୍ରକାଶିତ ଖବର ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ବ୍ଲକ୍ ଅନ୍ତର୍ଗତ ଖାମୋଲା ଗ୍ରାମର ଦିବ୍ୟାଙ୍ଗ ମହିଳା ମିନତି ଦାସ ଶାରୀରିକ ଅକ୍ଷମ ହୋଇ ଚାଲିବାକୁ ସକ୍ଷମ ନୁହନ୍ତି । ସେ ନିଜ ପିତାମାତାଙ୍କୁ ହରାଇ ଥିବାରୁ ନିଜର ପଡ଼ୋଶୀ ଏବଂ ଆଖପାଖ ଲୋକଙ୍କ ଉପରେ ନିର୍ଭରଶୀଳ ଅଟନ୍ତି। ତାଙ୍କର ଆଧାର କାର୍ଡଟି ପୁନଃପଞ୍ଜିକରଣ ହୋଇପାରି ନଥିବାରୁ ସେ ବିଗତ ତିନିମାସ ଧରି ରାସନ୍ ପାଇବାରୁ ବଂଚିତ ହୋଇଛନ୍ତି। ଏ ସଂପର୍କରେ ଡେରାବିସ୍ ବ୍ଲକ୍ କର୍ତୃପକ୍ଷଙ୍କୁ ସେ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ।

ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି ଯେ କୌଣସି ବୈଷୟିକ ତ୍ରୁଟି ଯୋଗୁଁ ଜଣେ ନାଗରିକଙ୍କୁ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରୁ ବଂଚିତ କରିବା ଏକ ଗୁରୁତର ମାନବାଧିକାର ଉଲ୍ଲଂଘନ । କେନ୍ଦ୍ରାପଡ଼ାର ଜିଲ୍ଲାପାଳ ମିନତି ଦାସଙ୍କୁ ତୁରନ୍ତ ଜିଲ୍ଲା ଜରୁରୀ ପାଣ୍ଠି କିମ୍ବା ରେଡ୍କ୍ରସ୍ ଶାଖା ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ କମିଶନର ସୁପାରିଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande