ରଘୁନାଥପାଲି ୟୁପି ସ୍କୁଲରେ ପ୍ରାକ ବିଧାନସଭା ଓ ବିଜ୍ଞାନମେଳା
Pre assembly and science exhibition
ରଘୁନାଥପାଲି ୟୁପି ସ୍କୁଲରେ ପ୍ରାକ ବିଧାନସଭା ଓ ବିଜ୍ଞାନମେଳା


ଝାରସୁଗୁଡା , ୨୦ ନଭେମ୍ବର (ହି.ସ.) - କୋଲାବିରା ବ୍ଲକ ପିଏମ ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଘୁନାଥପାଲି ରେ ଶୁକ୍ରବାର ପ୍ରାକ ବିଧାନସଭା ଓ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି କ୍ଷ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ ମୂଖ୍ୟଅତିଥି ଓ ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ କ୍ଷ ଏହାସହ ରଘୁନାଥପାଲି ସରପଂଚ ରଞ୍ଜନ ସରାଫ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ, ମଦନ ମୋହନ ପଟେଲ, ସ୍କୁଲ ପରିଚାଳନା କମିଟି ସଭାପତି ନୀଳାଚଳ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୋଲାନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ଅନୁଷ୍ଠିତ ବିଜ୍ଞାନ ମେଳାରେ ୫୬ ଟି ପ୍ରକଳ୍ପ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା କ୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଲାନାଥ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ରଘୁନାଥପାଲି ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ ମୁଖ୍ୟଅତିଥି ଓ କୋଲାବିରା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ମାନସ କୁମାର ପୁରୋହିତ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ କ୍ଷ ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ବେହେରା, ସୁରେନ୍ଦ୍ର କୁମାର ପ୍ରଧାନ, ଅନାଦି ପ୍ରଧାନ, ଏସ ଏମ ସି ଅଧ୍ୟକ୍ଷ ନିଳାଂଚଳ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଶିକ୍ଷୟତ୍ରୀ ସମୀକ୍ଷା ସାହୁ ଉଭୟ ଉତ୍ସବ ର ମଂଚ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ସିଆରସିସି ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରକାଶିନୀ ପଟେଲ, ପଦ୍ମିନୀ ଭୁଏ, ମିଳି ବେହେରା, ଯୋଗ ଶିକ୍ଷୟତ୍ରୀ ରିତୁ ପଣ୍ଡା, ଶିଶୁ ସେବିକା ବିଦ୍ୟୁତ ପ୍ରଭା ପ୍ରଧାନ, ଶିକ୍ଷକ ଭକ୍ତ ଚରଣ ମାକର ପ୍ରମୁଖ ସହଯୋଗ କରିଥିଲେ ।

-------------

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande