
ପୁରୀ, ୨୦ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ବାତ୍ୟା ଅକବାନଜନିତ ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ସର୍ବାଧିକ ୧୦୧.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବ୍ରହ୍ମଗିରି ବ୍ଲକରେ ୪୮ ମି.ମି., ଡ଼େଲାଙ୍ଗ ୩୧ ମି.ମି., ଗୋପ ୫୪ ମି.ମି., କାକଟପୁର ୬୯ ମି.ମି., କଣାସ ୭୦ ମି.ମି., କୃଷ୍ଣପ୍ରସାଦ ୫୭ ମି.ମି., ନିମାପଡା ୬୩ ମି.ମି., ପିପିଲି ୫୦.୬ ମି.ମି., ପୁରୀ ୭୪ ମି.ମି., ସତ୍ୟବାଦୀ ବ୍ଲକରେ ୫୭ ମି.ମି. ଏବଂ କୋଣାର୍କ ବିଜ୍ଞପିତ ଅଂଚଳ ପରିଷଦ(ଏନଏସି) ୯୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଜିଲ୍ଲା ଜରୁରିକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ଶୁକ୍ରବାର ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ