
ଗଞ୍ଜାମ, ୨୦ ନଭେମ୍ବର (ହି.ସ.)- ଶେରଗଡ ବ୍ଲକ ର ପିତଳରେ ଗତକାଲି ବାତ୍ୟା ବିପନ୍ନ ଲୋକ ମାନଙ୍କ ନିମନ୍ତେ ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ରନ୍ଧନ କରାଯାଇନାହିଁ କିମ୍ବା ବିତରଣ କରାଯାଇନାହିଁ। ତଥାପି ପି.ଓ. ଏବଂ ଦାୟିତ୍ଵରେ ଥିବା ଜନୈକା ମହିଳା ଯନ୍ତ୍ରୀ ଏହି ବାବଦରେ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ମାଧଵେହରା ସାହିରେ ହେଉଥିବା ଅଷ୍ଟପ୍ରହର ନାମଯଜ୍ଞ ଭୋଜିରେ ଲୋକେ ଭୋଜି ଖାଉଥିବା ଫଟୋ ଉଠାଇ ରିଲିଫ ଖାଦ୍ୟ ଦିଆଯାଇଛି। ଏନେଇ ସ୍ଥାନୀୟ ଲୋକମାନେ ବିଡିଓଙ୍କ ନିକଟରେ ପ୍ରତିଵାଦ କରିଵା ଫଳରେ ବିଡିଓ ଘଟଣାର ତଦନ୍ତ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ