
ଝାରସୁଗୁଡ଼ା, ୨୦ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରାସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓଡ଼ିଶା ପକ୍ଷରୁ ଶୁକ୍ରବାର ସଡ଼କ ସୁରକ୍ଷା ପ୍ରଶିକ୍ଷଣ, ସଡ଼କ ସୁରକ୍ଷା ପରିକ୍ରମା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ କଲେଜ ର ଅଧ୍ୟକ୍ଷ ସୁଶିଲ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଆରଟିଓ ତପନ କୁମାର ବିଶ୍ୱାଳ ମୁଖ୍ୟଅତିଥି ଓ କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା. ସରୋଜ କୁମାର ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସଡ଼କ ସୁରକ୍ଷାରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ଏଥିରେ ପଞ୍ଚାୟତ ସମିତି ଯୁକ୍ତ ୨ କଲେଜ ଅଧ୍ୟକ୍ଷା ଶୋଭାରାଣୀ ସିଂ, ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଜଗଦୀଶ ପ୍ରଧାନ, ପୂର୍ବ ଜିଲ୍ଲା ସଂଯୋଜକ ସୁରେନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ସଭାକୁ ଯୁବ ରେଡକ୍ରସ ଉପଦେଷ୍ଟା ସରୋଜ କୁମାର ପଟେଲ ସଂଯୋଜନା କରିଥିଲେ l ଏଥିରେ ଜିଲ୍ଲାର ବିଭିନ୍ନ କଲେଜରୁ ରେଡକ୍ରସ ସ୍ୱେଚ୍ଛାସେବୀ ଓ ଉପଦେଷ୍ଟା ଯୋଗଦେଇଥିଲେ l ସଡ଼କ ସୁରକ୍ଷା ଉପରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ସ୍ୱେଚ୍ଛାସେବୀଙ୍କୁ ନେଇ ସଡ଼କ ସୁରକ୍ଷା ପରିକ୍ରମା ଆୟୋଜିତ ହୋଇଥିଲା l
ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୁବ ସ୍ୱେଚ୍ଛାସେବୀ ସୁଶାନ୍ତ କୁମାର ଦାଶ, ଅର୍ଜୁନ ସାହୁ, କୃପାସିନ୍ଧୁ ମିଶ୍ର, ଅଧ୍ୟାପକ ନରେଶ ସାହୁ, ଅଧ୍ୟାପିକା ସରିତା ବେହେରା, ସୁସ୍ମିତା ବେହେରା ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ