ଏସଏସ୍ବି ପରୀକ୍ଷା ପୁନଃନିର୍ଦ୍ଧାରିତ , ଡିସେମ୍ବର ୩ ଓ ୪ରେ ହେବ ସିବିଟି ପରୀକ୍ଷା
ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ରାଜ୍ୟ ଚୟନ ବୋର୍ଡ (ଏସ୍ଏସ୍ବି), ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ଥଗିତ ରହିଥିବା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)ର ନୂତନ ତାରିଖ ଘୋଷଣା କରାଯାଇଛି। ଏନେଇ ଏସ୍ଏସ୍ବି ପକ୍ଷରୁ ନଭେମ୍ବର ୨୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,
ghdrtjh


ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ରାଜ୍ୟ ଚୟନ ବୋର୍ଡ (ଏସ୍ଏସ୍ବି), ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ଥଗିତ ରହିଥିବା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)ର ନୂତନ ତାରିଖ ଘୋଷଣା କରାଯାଇଛି। ଏନେଇ ଏସ୍ଏସ୍ବି ପକ୍ଷରୁ ନଭେମ୍ବର ୨୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ଡିସେମ୍ବର ୩ ତାରିଖକୁ ଘୁଂଚାଯାଇଥିବା ବେଳେ ନଭେମ୍ବର ୨୩ ତାରିଖରେ ଧାର୍ଯ୍ୟ ପରୀକ୍ଷା ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ।

ସେହିପରି, ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ପରୀକ୍ଷାର୍ଥୀଙ୍କ ପ୍ରବେଶପତ୍ର (ଆଡମିଟ୍ କାର୍ଡ) ନଭେମ୍ବର ୨୧ ତାରିଖ ରାତି ୮ଟାରୁ ଏସ୍ଏସ୍ବିର ଅଧିକାରିକ ୱେବ୍ସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ଏସଏସବିଓଡ଼ିଶା.ଏସି.ଇନ୍ ରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ୱେବ୍ସାଇଟ୍ରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଲିଙ୍କ୍? ମାଧ୍ୟମରେ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ପରୀକ୍ଷା ସମ୍ପର୍କିତ ପରବର୍ତୀ ସୂଚନା ଓ ଅପଡେଟ୍ ପାଇଁ ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବେ ଏସ୍ଏସ୍ବିର ଅଧିକାରିକ ୱେବ୍ସାଇଟ୍ ପରିଦର୍ଶନ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande