
ସୁବର୍ଣ୍ଣପୁର, ୨୦ ନଭେମ୍ବର(ହି.ସ.) – ସୁବର୍ଣ୍ଣ ଲୋକ ମହୋତ୍ସବ- ୨୦୨୭ ପାଳନ ଅବସରରେ ତା.୧୯.୧୧.୨୦୨୬ରିଖ ଅପରାହ୍ନ ୫.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ମରଣିକା ଏବଂ ସେମିନାର କମିଟିର ଏକ ପ୍ରସ୍ତୁତି ବୈଠକ ଶ୍ରୀ ଦେବାଶିଷ ସିଂହ, ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ରାଜେନ୍ଦ୍ର ମାଝୀ, ସଂସ୍କୃତି ଉନ୍ନୟନ ଅଧିକାରୀ, ଶ୍ରୀମତି ଯମୁନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଚତୁର୍ଭୁଜ ଦାଶ, ଶ୍ରୀ ସୌରଭ ରଞ୍ଜନ ଖମାରୀ, ଶ୍ରୀ ସୁଦାମ ନାଏକ, ଶ୍ରୀ ଗତିକୃଷ୍ଣ ମିଶ୍ର ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟା/ସଦସ୍ୟ ଉପସ୍ଥିତ ଥିଲେ। ଏହି ପ୍ରସ୍ତୁତି ବୈଠକରେ ଶାକ୍ତସ୍ୱର' ସ୍ମରଣିକା ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକାଶନ କରାଯିବ ସେଥିପାଇଁ ଇଛୁକ ଲେଖକ, ପ୍ରାବନ୍ଧିକ ଓ ଐତିହାସିକମାନଙ୍କ ଠାରୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କିତ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟ ଉପରେ ଓଡ଼ିଆ, ଇଂରାଜୀ, ହିନ୍ଦୀ କିମ୍ବା ସଂସ୍କୃତ ଭାଷାରେ ଗବେଷଣାତ୍ମକ ଲେଖା ଇ-୪ ସାଇଜ କାଗଜରେ ସର୍ବାଧିକ ତିନି ପୃଷ୍ଠା ବିଶିଷ୍ଟ ଉଭୟ ପିଡିଏଫ୍ ଓ ୱାର୍ଡ଼ ଫାଇଲ ଆକାରରେ ୟସଗ୍ଦଗ୍ଧକ୍ସସମଗ୍ଧମଙ୍କକ୍ଷଗ୍ଧଙ୍କକ୍ସର.ଗ୍ଦଙ୍କଭବକ୍ସଦ୍ଭବକ୍ଟ୍ରଙ୍କକ୍ସଅଶଜ୍ଞବସକ୍ଷ.ମକ୍ଟଜ୍ଞ ଇମେଲ ଠିକଣାରେ ଆଗାମୀ ତା ୧୦.୧୨.୨୦୨୬ ରିଖ ସୁଦ୍ଧା ପଠାଇବା ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଗଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଓୟ ଜରିଆରେ ହସ୍ତଗତ ହୋଇଥିବା ଲେଖାଗୁଡ଼ିକ ସ୍ମରଣିକା ପ୍ରକାଶନ କମିଟି ଦ୍ୱାରା ଅନୁମୋଦନ କ୍ରମେ ସ୍ମରଣିକାରେ ପ୍ରକାଶନ କରାଯିବ। ନିର୍ଦ୍ଧାରିତ ତାରିଖ ପରେ ହସ୍ତଗତ ହୋଇଥିବା ସମସ୍ତ ଲେଖାଗୁଡ଼ିକକୁ ପ୍ରକାଶନ ପାଇଁ ବିଚାରକୁ ନିଆଯିବ ନାହିଁ। ଯେଉଁ ଲେଖାଗୁଡ଼ିକ ପ୍ରକାଶିତ ହୋଇପାରିବ ନାହିଁ, ସେଗୁଡ଼ିକ ସଂପୃକ୍ତ ଲେଖକଙ୍କୁ ଫେରସ୍ତ ଦିଆଯିବ ନାହିଁ। ଏଣୁ ଏହି ଅବସରରେ ସମସ୍ତ ଇଛୁକ ଲେଖକ, ପ୍ରାବନ୍ଧିକ ଓ ଐତିହାସିକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ଲେଖା ଉପରୋକ୍ତ ଇମେଲ ଠିକଣାରେ ପଠାଇବା ପାଇଁ ସ୍ମରଣିକା ପ୍ରକାଶନ କମିଟି ତରଫରୁ ଅନୁରୋଧ କରାଗଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ