‘୭୩ ତମ ଓଡ଼ିଶା ରାଜ୍ୟ ଯୁବ (ବାଳକ ଓ ବାଳିକା), କନିଷ୍ଠ ଓ ବରିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତା  ୨୦୨୬  ଉଦ୍ଘାଟିତ
ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ‘୭୩ ତମ ଓଡ଼ିଶା ରାଜ୍ୟ ଯୁବ (ବାଳକ ଓ ବାଳିକା), କନିଷ୍ଠ ଓ ବରିଷ୍ଠ (ପୁରୁଷ ଓ ମହିଳା) ଏବଂ ୧ମ (୧୨ ବର୍ଷ ଓ ୧୪ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକା) ଭାରୋତ୍ତୋଳନ ପ୍ରତିଯ
ଭାରୋତ୍ତୋଳନ ପ୍ରତିଯୋଗିତା


ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ଭୁବନେଶ୍ୱର

ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ‘୭୩ ତମ ଓଡ଼ିଶା ରାଜ୍ୟ ଯୁବ (ବାଳକ ଓ ବାଳିକା), କନିଷ୍ଠ

ଓ ବରିଷ୍ଠ (ପୁରୁଷ ଓ ମହିଳା) ଏବଂ ୧ମ (୧୨ ବର୍ଷ ଓ ୧୪ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ

ବାଳିକା) ଭାରୋତ୍ତୋଳନ ପ୍ରତିଯୋଗିତା ୨୦୨୬ ର

ଉଦ୍ଘାଟିତ ହୋଇଯାଇଛି ।

ଏହି ଅବସରରେ

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆମ ରାଜ୍ୟ ତଥା ଦେଶର କ୍ରୀଡ଼ା ଇତିହାସ

ପାଇଁ ଏହା ଏକ ଗୌରବମୟ ମୁହୂର୍ତ୍ତ। ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘପକ୍ଷରୁ

ପ୍ରଣୟନ କରାଯାଇଥିବା ନୂତନ ବୈଷୟିକ ନିୟମାବଳୀକୁ ଏହି ଚାମ୍ପିୟନଶିପ୍ରେ ଗ୍ରହଣ କରାଯାଇଛି, ଯାହାକି

ସମଗ୍ର ଭାରତରେ ପ୍ରଥମଥର ପାଇଁ ଓଡ଼ିଶାରେ ଲାଗୁ ହେଉଛି।

ଏଥିସହିତ, ଏହି

ପ୍ରତିଯୋଗିତାରେ ‘ଅଭିନବ ବିନ୍ଦ୍ରା ସ୍ପୋର୍ଟସ୍ ମେଡିସିନ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ର

ମାଷ୍ଟର୍ସ ଡିଗ୍ରୀ ଛାତ୍ରଛାତ୍ରୀମାନେ ସାମିଲ ହେବା ଖେଳାଳିମାନଙ୍କ ବୈଷୟିକ ଓ ଶାରୀରିକ ଦକ୍ଷତା

ବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ। ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ସୁଯୋଗ

ଓ ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀ, ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ହାର୍ଦ୍ଦିକ

ଧନ୍ୟବାଦ ଜଣାଉଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତ୍ମାନଙ୍କୁ

ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande