



ଭୁବନ, ୨୦ ନଭେମ୍ବର (ହି.ସ.)- ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଢେ଼ଙ୍କାନାଳ ଜିଲ୍ଲା ଯୁବ ବିଜେଡି ର ପୁନର୍ଗଠନ କରାଯାଇଛି । ଏଥିରେ ସ୍ଥାନ ପାଇଥିବା ୟୁଥ୍ ବ୍ରିଗେଡ୍ ମାନଙ୍କୁ ନେଇ ବିଜେଡି ମହଲରେ ବିପୁଳ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନାନୁଯାୟୀ ଭୁବନ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଯୁବ ନେତା ରାକେଶ ଆଇଚ, ଭୁବନ ଏନ୍ ଏ ସି ସଭାପତି ଭାବେ ସିଲୁ ନାୟକ ଏବଂ ଢେ଼ଙ୍କାନାଳ ଜିଲ୍ଲା ଯୁବ ସମ୍ପାଦକ ଭାବେ ମୁରଲୀ ମୋହନ ମାହୁନ୍ତ ( ବଣ୍ଟି) ଙ୍କୁ ଦାୟିତ୍ୱ ଦିଆଯାଇଛି ।
ଅନ୍ୟ ମାନଙ୍କ ମଧ୍ୟରେ କାମାକ୍ଷାନଗର ଏନ୍ ଏ ସି ସଭାପତି ବିନୋଦ ବିହାରୀ ସେଠୀ, ବ୍ଲକ ସଭାପତି ବିନୟ କୁମାର ପରିଡ଼ା, ଜିଲ୍ଲା ଯୁବ ଉପ ସଭାପତି ଶ୍ରୂତିପଦ ନନ୍ଦ, ଜିଲ୍ଲା ଯୁବ ସୋସିଆଲ ମିଡିଆ ସଂଯୋଜକ ଗଣେଶ ମହାକୁଡ଼, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଭାବେ ସଞ୍ଜୟ କୁମାର ପରିଡ଼ା, ଶିବ ପ୍ରସାଦ ନାୟକ, ଜଗବନ୍ଧୁ ସାହୁ, ଜିଲ୍ଲା ଯୁବ ସମ୍ପାଦକ ଭାବେ ବନମାଳୀ ରାଉଳ, ରଶ୍ମି ରଞ୍ଜନ ସାହୁ, ଶ୍ରୀଧର ବିଶ୍ୱାଳ, ଜିତେନ୍ଦ୍ରିୟ ସାମଲ, ଦିଲ୍ଲୀପ ରଞ୍ଜନ ସାହୁ,କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି।
କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ସଫଳତା ହାସଲ ପାଇଁ ଉପରୋକ୍ତ ଯୁବ ନେତା ମାନଙ୍କ ଉପରେ ଦଳ ଭରସା କରି ଗୁରୁ ଦାୟିତ୍ୱ ଅର୍ପଣ କରିଛି । ଏହା ପଦବୀ ନୁହେଁ ଆମ ଉପରେ ଭରସା କରି ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ଆମ୍ଭେ ନିଷ୍ଠାର ସହ ପାଳନ କରିବୁ ବୋଲି ମତବ୍ୟକ୍ତ କରିବା ସହ ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ୟୁଥ୍ ଆଇକନ୍ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ