ଜିଲ୍ଲା ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ଥଇଥାନ ଆଇନର ସମୀକ୍ଷା ବୈଠକ
ଜିଲ୍ଲା ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ଥଇଥାନ ଆଇନର ସମୀକ୍ଷା ବୈଠକ
ଜିଲ୍ଲା ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ଥଇଥାନ ଆଇନର ସମୀକ୍ଷା ବୈଠକ


ସମ୍ବଲପୁର, ୨୦, ନଭେମ୍ବର (ହି.ସ.) - ଭାରତ ସରକାରଙ୍କ ଜାତୀୟ ସଫେଇ କର୍ମଚାରୀ ଆୟୋଗ ଉପାଧ୍ୟକ୍ଷ କୈଶବ ବିହାରୀଙ୍କ ଅଧ୍ୟକ୍ଷତାରେ ଆଜି ସମ୍ବଲପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଜିଲ୍ଲା ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ଥଇଥାନ ଆଇନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ନୀଳମାଧବ ଶତପଥୀ, ଉପସଭାପତି ବାଳମୁକୁନ୍ଦ ପଣ୍ଡା ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀ ସଂଘର କର୍ମକର୍ତା ଏବଂ ବିଶିଷ୍ଟ ସମାଜସେବୀମାନେ ଉପସ୍ଥିତ ଥିଲେ । ବୈଠକରେ ଉପାଧ୍ୟକ୍ଷ ଶ୍ରୀ ବିହାରୀ ସଫେଇ କର୍ମଚାରୀମାନଙ୍କ ନିଯୁକ୍ତି ସ୍ଥିତି (ସ୍ଥାୟୀ, ଠିକା ଓ ଆଉଟସୋର୍ସିଂ), ବିପଦପୂର୍ଣ୍ଣ ନର୍ଦ୍ଦମା ସଫେଇ କାର୍ଯ୍ୟରେ ଯାନ୍ତ୍ରିକ ଉପକରଣର ବ୍ୟବହାର, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ କିଟ୍), ନିୟମିତ ଦରମା ପ୍ରଦାନ, ବ୍ୟାଙ୍କ ଖାତା, ଇପିଏଫ୍ ଓ ଇଏସ୍ଆଇ ସୁବିଧା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପିଲାମାନଙ୍କ ଶିକ୍ଷା, ବାସଗୃହ, ପେନସନ, ବିଶ୍ରାମ ଗୃହ ତଥା ଅଭିଯୋଗ ଶୁଣାଣି ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ସଫେଇ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଜେଟ୍ ଅର୍ଥ ଯେପରି କୌଣସି ପରିସ୍ଥିତିରେ ବାଟମାରଣା ନ ହୁଏ, ସେଥିପ୍ରତି କଡ଼ା ନଜର ରଖିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣ ଓ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ବିହାରୀ କହିଥିଲେ ଯେ, ସଫେଇ କର୍ମଚାରୀମାନେ ହେଉଛନ୍ତି ପ୍ରକୃତ ସଫେଇ ସୈନିକ', ଯେଉଁମାନେ ଅତି ସ୍ୱଳ୍ପ ପାରିଶ୍ରମିକରେ ନିଜ ସ୍ୱାଭିମାନର ସହ ଦିନରାତି ସମାଜର ସ୍ୱାସ୍ଥ୍ୟ ଓ ପରିମଳ ରକ୍ଷା କରି ଭାରତ ମାତାର ସେବା କରୁଛନ୍ତି । କୋଭିଡ୍ ମହାମାରୀ ଭଳି ଜଟିଳ ସମୟରେ ସେମାନଙ୍କ ଅତୁଳନୀୟ ତ୍ୟାଗ ଓ ସେବା ଯୋଗୁଁ ଦେଶ ସୁରକ୍ଷିତ ରହିପାରିଥିଲା । ସମାଜରେ ସେମାନଙ୍କ ପ୍ରତି ରହିଥିବା ଭେଦଭାବ ଓ ହୀନ ଦୃଷ୍ଟିଭଙ୍ଗୀକୁ ଦୂର କରି ସେମାନଙ୍କୁ ସମ୍ମାନର ସହ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ । ନିୟମିତ ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ôଥକ ଓ ସାମାଜିକ ସୁରକ୍ଷା ଯୋଗାଇ ଦେବା ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ କର୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ନିଜକୁ କଳାହାଣ୍ଡି ମାଟିର ସନ୍ତାନ ତଥା ପଶ୍ଚିମ ଓଡ଼ିଶାର ବାସିନ୍ଦା ଭାବେ ପରିଚୟ ଦେଇ ଉପାଧ୍ୟକ୍ଷ ଶ୍ରୀ ବିହାରୀ କହିଥିଲେ ଯେ, ପ୍ରଥମ ଥର ପାଇଁ ଓଡ଼ିଶାରୁ ଜଣେ ବ୍ୟକ୍ତି ଜାତୀୟ ସ୍ତରରେ ଏହି ଦାୟିତ୍ୱ ପାଇଛନ୍ତି । ମା ସମଲେଶ୍ୱରୀଙ୍କ ପୀଠ ତଥା ବୀର ଓ ମହାପୁରୁଷଙ୍କ ଐତିହାସିକ ଭୂମି ସମ୍ବଲପୁରକୁ ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ପରିମଳ କ୍ଷେତ୍ରରେ ସମଗ୍ର ଭାରତବର୍ଷ ପାଇଁ ଏକ ଆଦର୍ଶ 'ମଡେଲ୍' ଭାବେ ଗଢ଼ି ତୋଳିବା ତାଙ୍କର ସ୍ୱପ୍ନ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ନିବେଦନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande