
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ବାତ୍ୟା “ଅକୱାନ” ଯୋଗୁଁ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ତା ୨୧.୧୧.୨୦୨୬ରିଖ ଦିନ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି, ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ କଲେଜ୍, ଘରୋଇ ଶିକ୍ଷାନୁଷ୍ଠାନ, କୋଚିଂ ଓ ଟ୍ୟୁସନ୍ ସେଂଟର, କେ.ଭି., ଜେ.ଏନ୍.ଭି., ଓ.ଏ.ଭି. ବନ୍ଦ ରହିବ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ