
ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ଗତଥର ଭଳି ଏଥର ବଡ଼ ବନ୍ୟା ହେବନି ବୋଲି ସୂଚନା ଦେଇଛନ୍ତି ଜଳସମ୍ଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପାତ୍ରପୁରରେ ସର୍ବାଧିକ ୨୦୯ ମିମି ବର୍ଷା ହୋଇଛି। ଗଞ୍ଜାମକୁ ବାଦ୍ ଦେଲେ ଅନ୍ୟ କେଉଁଠି ଅଧିକ ବର୍ଷା ହୋଇନି। ଗଞ୍ଜାମରେ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବାହୁଦାରେ ଜଳସ୍ତର ବଢ଼ିଛି। ତେବେ ଜଳସ୍ତର ବୃଦ୍ଧି ପାଇଥିଲେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ସବୁ ପାଣି ସୁରକ୍ଷିତ ଭାବେ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ତେଣୁ ଗତଥର ଭଳି ବଡ଼ ବନ୍ୟା ସୃଷ୍ଟି ହେବନି ବୋଲି ଆକଳନ ହୋଇଛି। ଡହରେ ୪୪%, ବାଘୁଆରେ ୭୦%, ଘୋଡ଼ାହାଡ଼ରେ ୫୮% ପାଣି ଅଛି। ସେହିପରି ବାଘଲଟୀରେ ୬୦%, ହରଭଙ୍ଗୀରେ ୫୪% ପାଣି ଅଛି।ଜଳପ୍ରବାହ ଉପରେ ନଜର ରଖିଛୁ, ପ୍ରାୟତଃ ଗେଟ୍ ଖୋଲିବାକୁ ପଡ଼ିବନି। ଆଜିର ବର୍ଷା କୁ ଦୃଷ୍ଟିରେ ରଖି ପରବର୍ତୀ ପଦକ୍ଷେପ ନିଆଯିବ। କାଲି ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟରେ ଥିବାରୁ ଅଧିକ ବନ୍ୟା ହେବନି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା