
ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ଜେନାଙ୍କ ପରଲୋକରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକବାର୍ତାରେ ସେ କହିଛନ୍ତି ଯେ ଆମ ଦଳର ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି, ଅଭିବକ୍ତ ପୁରୀ ଜିଲ୍ଲା ସଭାପତି ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସୁର ଭାଇ ଜଣେ କର୍ତବ୍ୟନିଷ୍ଠ ଓ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି । ତାଙ୍କର ବିୟୋଗ ଆମ ଦଳ ପାଇଁ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା