ବନ୍ୟା ବିପନ୍ନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ବଂଟନରେ ଅନିୟମିତତା ପ୍ରସଙ୍ଗ, ୩ମାସ ପରେବି ଆବେଦନକାରୀଙ୍କୁ ସୂଚନା ଅଧିକାର ଆଇନରେ ମିଳୁନି ତଥ୍ୟ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଚିଠି
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧୋୟା ଅଂଚଳଭାବେ ପରିଚିତ ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ୪ଟି ପଂଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ଗତ ଜୁଲାଇ ଓ ଅଗଷ୍ଟ ମାସରେ ୭ଥର ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନରେ ଘାଇ ହେବା ସହ ରାସ୍ତା ଧୋଇଯିବ
ବନ୍ୟା ବିପନ୍ନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ବଂଟନରେ ଅନିୟମିତତା ପ୍ରସଙ୍ଗ, ୩ମାସ ପରେବି ଆବେଦନକାରୀଙ୍କୁ ସୂଚନା ଅଧିକାର ଆଇନରେ ମିଳୁନି ତଥ୍ୟ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଚିଠି


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧୋୟା ଅଂଚଳଭାବେ ପରିଚିତ ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ୪ଟି ପଂଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ଗତ ଜୁଲାଇ ଓ ଅଗଷ୍ଟ ମାସରେ ୭ଥର ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନରେ ଘାଇ ହେବା ସହ ରାସ୍ତା ଧୋଇଯିବାରୁ ଜନବସତି ଓ ଗାଁ ଦାଣ୍ଡ ଘରେ ୩/୪ ଫୁଟ ଉଚ୍ଚରେ ବନ୍ୟାପାଣି ଦୀର୍ଘ ୨ମାସଧରି ଲୋକମାନଙ୍କର ଚାଷ ଓ ବାସ ସବୁ କିଛି ଉଜାଡ଼ି ଦେଇଥିଲା। ଏପରିକି ବନ୍ୟାଂଚଳରେ ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ବୁଲି ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଥିଲେ। ତାହାସହ ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ଫଣ୍ଡରୁ ଏକ ବଡ଼ ଟ୍ରକରେ ବିଭିନ୍ନ ପ୍ରକାରର ଖାଦ୍ୟସାମଗ୍ରୀ ଆସିଥିଲା। ହେଲେ ଏହାକୁ ସରକାରୀ ସ୍ତରରେ ବଂଟନ କରାନଯାଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକମାନେ ବାଂଟିବା ସହ ଆସିଥିବା ସାମଗ୍ରୀ ମଧ୍ୟରୁ ଦଳିୟ ଭିତିରେ ବଂଟନ କରାଯାଇଥିବା ବେଳେ ଅନେକ ଲୋକଙ୍କୁ ବହୁ ଖାଦ୍ୟ ସାମଗ୍ରୀ ହରିଲୁଟ୍ କରି ଅଳ୍ପକିଛି ସାମଗ୍ରୀ ବଂଟନ କରିଥିଲେ। ଯାହାକୁ ନେଇ ବିପନ୍ନମାନେ ଅଭିଯୋଗ କରିବା ସହ ରିଲିଫ ସାମଗ୍ରୀ ଫେରାଇ ଦେଇଥିଲେ। ଏପରି ରିଲିଫ ହରିଲୁଟ୍ ଓ ଅନିୟମିତତା ନେଇ ଗତ ଅଗଷ୍ଟମାସ ୨୪ରେ ସୁନ୍ଦରପୁର ଗାଁର ଉମାକାନ୍ତ ସାହୁ ସୂଚନା ଅଧିକାର ଆଇନରେ ସମସ୍ତ ତଥ୍ୟ ପାଇଁ ଧାରା ୬(୧)ରେ ଅୋ୍ୱଦେନ କରିଥିଲେ। ଏହି ଆବେଦନର ପତ୍ର ସରକାରଙ୍କ ରିଲିଫ କମିଶନର ପାଇବା ପରେ ଗତ ସେପ୍ଟେମ୍ବର ମାସ ୧୧ରେ ପତ୍ର ସଂଖ୍ୟା ୫୦୧୯ରେ ଭଦ୍ରକ ଜିଲାପାଳଙ୍କୁ ଚିଠି କରିବା ସହ ତୁରନ୍ତ ଏହାର ତଦନ୍ତ କରି ବିପନ୍ନଙ୍କୁ ସଠିକ ରିଲିଫ ଦେବା ପାଇଁ ଜଣାଇଥିଲେ। ହେଲେ ଜିଲାପାଳ ବିଭିନ୍ନ କାର୍ଯ୍ୟ ବ୍ୟସ୍ଥତା ଦର୍ଶାଇ ଦିନ ଗଡ଼ାଇ ଚାଲିଥିଲେ। ପୁନର୍ବାର ଆବେଦନକାରୀ ଉମାକାନ୍ତ ସାହୁ ଭଦ୍ରକ ଜିଲାପାଳ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଆବେଦନ କରିବା ପରେ ଭଦ୍ରକ ଉପଜିଲ୍ଲାପାଳଙ୍କ ଦପ୍ତରରୁ ଚିଠି ସଂଖ୍ୟା ୨୧୪୫/୨୬ ଅନୁଯାୟୀ ଉପଜିଲ୍ଲାପାଳଙ୍କ କୋର୍ଟରେ ଶୁଣାଣି ନିମନ୍ତେ ଉମାକାନ୍ତଙ୍କୁ ଚିଠି ହୋଇଥିଲା। ଉମାକାନ୍ତ ଶାରୀରିକ ଅସୁସ୍ଥତା ଯୋଗୁଁ ମେଡିକାଲରେ ଭର୍ତି ଥିବାରୁ ହାଜିରା ଦେଇପାରିନଥିଲେ। ମେଡିକାଲରୁ ଆସିବା ପରେ ଜିଲାପାଳଙ୍କୁ ଭେଟିଥିଲେ। ଏପରିକି ଜିଲାପାଳ ସମସ୍ତ ତଥ୍ୟର ଯାଂଚ ପାଇଁ ଚାନ୍ଦବାଲି ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ଚାନ୍ଦବାଲି ବିଡିଓ ବିଭିନ୍ନ କାମ ଆଳ ଦେଖାଇ ଆବେଦନକାରୀଙ୍କୁ ତଥ୍ୟ ନଦେଇ ଦିନ ଗଡ଼ାଇ ଚାଲିଛନ୍ତି। ଯାହାକୁ ନେଇ ଉମାକାନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande