ନଭେମ୍ବର ୨୩ ସଂଧ୍ଯାରେ ଶ୍ରୀକ୍ଷେତ୍ର କଳା ପ୍ରକାଶିକାର ଭଜନ ସମାରୋହ
ପୁରୀ, ୨୦ ନଭେମ୍ବର (ହି.ସ.)- ଶ୍ରୀକ୍ଷେତ୍ର କଳା ପ୍ରକାଶିକା ର ୫୭ ତମ ବାର୍ଷିକ ଭଜନ ସମାରୋହ ଚଳିତମାସ ୨୩ ତାରିଖ ସଂଧ୍ଯାରେ ସିଂହଦ୍ୱାର ପରିକ୍ରମା ମାର୍ଗ ଠାରେ ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ଶୁକ୍ରବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥି
ନଭେମ୍ବର ୨୩ ସଂଧ୍ଯାରେ ଶ୍ରୀକ୍ଷେତ୍ର କଳା ପ୍ରକାଶିକାର ଭଜନ ସମାରୋହ


ପୁରୀ, ୨୦ ନଭେମ୍ବର (ହି.ସ.)- ଶ୍ରୀକ୍ଷେତ୍ର କଳା ପ୍ରକାଶିକା ର ୫୭ ତମ ବାର୍ଷିକ ଭଜନ ସମାରୋହ ଚଳିତମାସ ୨୩ ତାରିଖ ସଂଧ୍ଯାରେ ସିଂହଦ୍ୱାର ପରିକ୍ରମା ମାର୍ଗ ଠାରେ ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ଶୁକ୍ରବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ହୋଟେଲ ହଲିଡେ ରିସର୍ଟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଓ ସମ୍ପାଦକ ସୋମନାଥ ଗୁରୁ ଯୋଗଦେଇ କହିଲେ, ଓଡ଼ିଶାର ପ୍ରଥମ ବାହ୍ଯ ଭଜନ ମଞ୍ଚ ଭାବେ ପ୍ରସିଦ୍ଧି ଲାଭ କରିଛି ଏହି ମଞ୍ଚ । ଦୀର୍ଘ ୫୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଭଜନ ସମାରୋହ ଚାଲି ଆସୁଛି । ଏହା ଶ୍ରୀକ୍ଷେତ୍ର ସମେତ ଓଡ଼ିଶାର ଗୌରବମୟ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା ଭାବେ ପରିଚିତ ହୋଇଛି । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ବହୁ ସୁନାମଧନ୍ଯ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞ ଏହି ମଞ୍ଚରେ ସଙ୍ଗୀତ ପରିବେଷଣ ପାଇଁ ସମ୍ମତି ଜଣାଇଛନ୍ତି । ଚଳିତବର୍ଷ ବରିଷ୍ଠ ସଦସ୍ଯ ସମ୍ମାନ ଭାବେ ସଙ୍ଗୀତଜ୍ଞ ଆଲୋକ କୁମାର ମହାପାତ୍ର, ଅଭିଜିତ ମିଶ୍ରଙ୍କୁ ଜୟଦେବ ସୁବୁଦ୍ଧି ସମ୍ମାନ, ଅନୁସୂୟା ନାଥଙ୍କୁ କେଦାରନାଥ ଗୁରୁ ସମ୍ମାନ ଓ ସତ୍ଯନାରାୟଣ ଗୁରୁଙ୍କୁ ପ୍ରଫୁଲ୍ଲ କର ସମ୍ମାନରେ ସମ୍ମାନିତ କରାଯିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଚକ୍ରଧର ମହାପାତ୍ର, ମାଧବ ପୂଜାପଣ୍ଡା, ଶିଳ୍ପପତି ରାଜକିଶୋର ପାତ୍ରଙ୍କ ସମେତ ଅନୁଷ୍ଠାନର ସଦସ୍ୟ ମାନେ ଏହି ସାସ୍କୃତିକ ସମାରୋହରେ ବହୁ ସଂଖ୍ଯାରେ ଭଜନପ୍ରେମୀ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande