
ଭୁବନେଶ୍ୱର,୨୦ ନଭେମ୍ବର (ହି.ସ )- ଚଳିତ ନଭେମ୍ବର ମାସ ଶେଷରେ ସମସ୍ତ ବକେୟା ଭତା ମିଳିବ । ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବୈଷୟିକ ତ୍ରୁଟି ଯୋଗୁଁ ଭତା ପାଇନଥିବା ହିତାଧିକାରୀଙ୍କୁ ଭତା ମିଳିବ। ପ୍ରାୟ ୭ ହଜାର ୯୧୮ ହିତାଧିକାରୀ ଗତ ଏପ୍ରିଲ ମାସରୁ ଭତା ପାଇନାହାନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା