
ଜୟପୁର, ୨୦ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପର୍ଲି ଗ୍ରାମରେ ଆଜି ପାୟୋନୀୟର କମ୍ପାନୀ ପକ୍ଷରୁ ଫସଲ ଅମଳ ଦିବସ ପାଳନ କରାଯାଇଛି। ବୋରିଗୁମ୍ମା ବ୍ଲକ ର କ୍ଷେତ୍ର ପ୍ରତି ନିଧି ଜିତେନ୍ଦ୍ର କୁମାର ସାହୁ ଏବଂ ପାୟୋନୀୟର କମ୍ପାନୀ ର ଟିବିଏଲ ଅକ୍ଷୟ ବେହେରା ଙ୍କ ତ୍ୱତ୍ୱଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ଥାନରୁ ଆସିଥିବା ୧୩୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ପୟୋନୀୟର କମ୍ପାନୀ ର ଶଙ୍କର ଧାନ ୨୮କ୍ଟ୍ର୬୬ ର ଚାଷ ବିଷୟ ରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ଧାନ ଚାଷ କଲେ ବିବିଏଲ, ବିପିଏଚ, ବ୍ଲାଷ୍ଟ ପ୍ରତି ସହନ ଶିଳ ରହିଛି। ଅନ୍ୟ ଧାନ ଚାଷ କରିବା ଅପେକ୍ଷା ଏହି ୨୮ଚ୬୬ କିସମ ଧାନ ଚାଷ କଲେ ଏକର ପିଛା ଅନ୍ୟ ଧାନ ତୁଳନାରେ ଏହି ଧାନ ୨ରୁ ୩ କୁଇଂଟାଲ ପର୍ଯ୍ୟନ୍ତ ଅଧିକା ଅମଳ ହୋଇପାରିବ ଏଣୁ ଆଗାମୀ ଦିନରେ ଚାଷୀଙ୍କୁ ୨୮ ପି୬୬ ଧାନ ଚାଷ କରିବାକୁ ଉପସ୍ଥିତ ଚାଷୀ ଙ୍କୁ ପୟୋନୀୟର କର୍ମଚାରୀ ବୁଝେଇ ଥିଲେ। ଚାଷୀ ପାୟୋନିୟର କମ୍ପାନୀର ଶଙ୍କର ଧାନ ୨୮ଚ୬୬ ଚାଷ କରିବା ପାଇଁ ମନ ବଢାଇଛନ୍ତି।ଏହି ଅବସର ରେ ସମସ୍ତ ଚାଷୀ ଏକ ରାଲି କରି ଗ୍ରାମ ଭ୍ରମଣ କରିଥିଲେ।ଫସଲ ଅମଳ ଦିବସ କାର୍ଯ୍ୟକ୍ରମ ରେ ପର୍ଲି ଗ୍ରାମର ଚାଷୀ ସଦାଶିବ ଅମନାତ୍ୟ, ପ୍ରଫୁଲ ପୂଜାରୀ, ସମେତ ଅନେକ ଚାଷୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି